ବାୟୁ ମାଧ୍ୟମରେ ବ୍ୟାପିପାରେ କରୋନା, WHOର ଗାଇଡଲାଇନରେ ସଂଶୋଧନ ଦାବି
ନୂଆଦିଲ୍ଲୀ,:- ନୋବେଲ କରୋନା ଭାଇରସ୍ ଏୟାରବୋର୍ନ (airborne)ଅର୍ଥାତ ବାୟୁ ମାଧ୍ୟମରେ ବ୍ୟାପିପାରେ। ଏଭଳି ଏକ ଦାବି ନିକଟରେ ବିଶ୍ବର ଶତାଧିକ ବୈଜ୍ଞାନିକ କରିଛନ୍ତି। ୩୨ ଦେଶର ୨୩୯ ବୈଜ୍ଞାନିକ ବିଶ୍ବାସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)କୁ ଏକ ଚିଠି ଲେଖି ଚେତାବନୀ ଦେଇଛନ୍ତି ଓ କରୋନାର ଗାଇଡଲାଇନରେ ସଂଶୋଧନ କରିବାର ଦାବି କରିଛନ୍ତି। ଏହି ବୈଜ୍ଞାନିକମାନେ ନିଜର ରିସର୍ଚ୍ଚରେ ଜାଣିବାକୁ ପାଇଥିଲେ ଯେ, କରୋନା ଭାଇରସର ଛୋଟ ଛୋଟ କଣିକା ବାୟୁରେ ବଞ୍ଚିପାରେ। ଏହି କଣିକା ଲୋକଙ୍କୁ ସଂକ୍ରମିତ କରିଥାଏ।ପ୍ରକୃତରେ ପୂର୍ବରୁ ଡବ୍ଲୁଏଚଓ ପକ୍ଷରୁ କୁହାଯାଇଥିଲା ଯେ, କରୋନା ଭାଇରସର ସଂକ୍ରମଣ ବାୟୁ ଜରିଆରେ ବ୍ୟାପିନଥାଏ। କିନ୍ତୁ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଡବ୍ଲୁଏଚଓକୁ ଏହି ଭାଇରସର ସୁପାରିଶରେ ତୁରନ୍ତ ସଂଶୋଧନ କରିବାକୁ ଆଗ୍ରହଣ କରିଛନ୍ତି। ବୈଜ୍ଞାନିକମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଲେଖିଥିବା ଖୋଲାପତ୍ରରେ ଦାବି କରିଥିଲେ ଯେ,ଏହି କଥାର ପର୍ଯ୍ୟାପ୍ତ ପ୍ରମାଣ ରହିଛି, ଯାହାଦ୍ବାରା ଏହା ମାନିହେବ ଯେ, ଭାଇରସର ଛୋଟ ଛୋଟ କଣିକା ବାୟୁରେ ରହିଥାଏ,ଯାହାକି ଲୋକଙ୍କୁ ସଂକ୍ରମିତ କରିପାରେ। ପତ୍ରରେ ବୈଜ୍ଞାନିକମାନେ କହିଛନ୍ତି, କରୋନା ଭାଇରସ୍ ବାୟୁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ଓ ବହୁ ମିଟର ପର୍ଯ୍ୟନ୍ତ ଯାଇପାରେ।ସାରା ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୧୫ କୋଟି ଟଙ୍କା ପାର ପହଁଞ୍ଚି ସାରିଛି। ମୃକତଙ୍କ ସଂଖ୍ୟା ୫ ଲକ୍ଷ ୩୬ ହଜାର ୮୪୧ ହୋଇଯାଇଛି। ୬୫ ଲକ୍ଷ ୩୭ ହଜାର ୭୬୫ ରୋଗୀ ମଧ୍ୟ ଠିକ୍ ହୋଇଛନ୍ତି। ସେଭଳି ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୭ଲକ୍ଷ ପାଖରେ ପହଁଞ୍ଚି ସାରିଛି। ଏଥିରେ ୧୯ ହଜାର ୨୬୮ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସେଭଳି ୪ ଲକ୍ଷ ୨୪ ହଜାର ୪୩୩ ରୋଗୀ ଠିକ୍ ହୋଇଛନ୍ତି।