ସଙ୍କେତ ପାଇସାରିଥିଲେ ସରୋଜ ଖାନ୍ : କଫିନ୍ ପାଇଁ ଝିଅକୁ ଆଗୁଆ ଦେଇଥିଲେ ଟଙ୍କା’,
ମୁମ୍ବାଇ:- ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଝିଅ ସୁକୈନା ମାଆଙ୍କ ସହ ଜଡ଼ିତ କିଛି ସ୍ମୃତି ସେୟାର କରିଛନ୍ତି। ଜୁଲାଇ ୩ତାରିଖରେ ହୃଦଘାତରେ ସରୋଜଙ୍କ ପରଲୋକ ହୋଇଯାଇଥିଲା।ସରୋଜ ଖାନଙ୍କ ପ୍ରାରମ୍ଭିକ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ତାଙ୍କ ନାଁ ହେବାରୁ ସେ ଖୁବ୍ ପରିଶ୍ରମ କରିଥିଲେ। ତାଙ୍କର ସବୁଠୁ ସାନ ଝିଅ ସୁକୈନା ନାଗପାଲ ଏକ ସାକ୍ଷାତକାରରେ ତାଙ୍କ ସହ ଜଡ଼ିତ କିଛି ସ୍ମୃତି ସେୟାର କରିଛନ୍ତି।
ସୁକୈନା କହିଛନ୍ତି ଯେ ତାଙ୍କ ମାଆ ବହୁତ ଆତ୍ମବିଶ୍ବାସୀ ଥିଲେ। ସେ କେବେ କାହାର ଗୋଟିଏ ଟଙ୍କା ବି ବାକି ରଖିନଥିଲେ। ଏପରିକି ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ତାଙ୍କ ଟଙ୍କାରେ ହୋଇଥିଲା।
ସୁକୈନା କହିଛନ୍ତି ଯେ ମାଆଙ୍କ ଅନ୍ତିମ ସଂସ୍କାର ପରେ କବରରେ ଟଙ୍କା ଦେବାର ସମୟ ଆସିଥିଲା। ତରତରରେ ସେ ଏବଂ ତାଙ୍କ ସ୍ବାମୀ ଟଙ୍କା ରଖିବାକୁ ଭୁଲି ଯାଇଥିଲେ। ଗାଡ଼ି ଏବଂ ଡ୍ରାଇଭର ମଧ୍ୟ ପାଖରେ ନଥିଲେ। ସେତେବେଳେ ହଠାତ ସେ ପର୍ସ ଚେକ୍ କରିବାରୁ ସେଥିରୁ ୩ହଜାର ଟଙ୍କା ବାହାରିଥିଲା। ସୌଭାଗ୍ୟବଶତଃ ସେହି ଟଙ୍କା ମାଙ୍କର ହିଁ ଥିଲା। ସେ ଲକଡାଉନ୍ ପୂର୍ବରୁ ଏହି ଟଙ୍କା କିଛି କାମ ପାଇଁ ଦେଇଥିଲେ। ସେ ଏତେ ଆତ୍ମନିର୍ଭରଶୀଳ ଥିଲେ ଯେ ଅନ୍ତିମ ସଂସ୍କାରର ଟଙ୍କା ମଧ୍ୟ ନିଜେ ଦେଇ ଯାଇଥିଲେ।
ସୁକୈନା ଏକ ଘଟଣା ସେୟାର କରି କହିଥିଲେ ଯେ ମା ଯେତେବେଳେ ତାଙ୍କ ଘରକୁ ଯାଉଥିଲେ ଫଳ ଆଦି ନେଇ ଆସୁଥିଲେ। ଥରେ ସେ ନିଜେ ଫଳ ଆଣିବାକୁ ଯାଇଥିଲେ। ଫଳ ଦୋକାନୀ ଅଧିକ ଟଙ୍କା କହୁଥିଲା। ସେ ଡ୍ରାଇଭରଙ୍କୁ ପଚାରିଥିଲେ ଯେ ମା କଣ ଏଠାରୁ ଫଳ ନେଉଥିଲେ? ଡ୍ରାଇଭର ଉତ୍ତର ଦେଇଥିଲେ ଯେ,ହଁ ସେ କେବେ ଟଙ୍କା କମ୍ କରୁନଥିଲେ।
ସୁକୈନା ଯେତେବେଳେ ମାଙ୍କୁ ଏବିଷୟରେ କହିଥିଲେ ଯେ ଫଳ ଦୋକାନୀ ତାଙ୍କଠୁ ଅଧିକ ଟଙ୍କା ନେଉଛି। ଏଥିରେ ସେ ଉତ୍ତର ଦେଇଥିଲେ ଯେ ସେ ଗରିବ। ଗରିବ ଲୋକଠୁ ଟଙ୍କା କମ୍ କରିବା ଅନୁଚିତ୍,ତାକୁ ମଧ୍ୟ ପରିବାର ଚଳାଇବାର ଅଛି। ସେ ତାଙ୍କୁ ଲୁଟିବ ନାହିଁ ତ କାହାକୁ ଲୁଟିବ।
୭୧ବର୍ଷ ବୟସରେ ସରୋଜଙ୍କ ପରଲୋକ ହୋଇଯାଇଥିଲା। ସେ ନିଜ କ୍ୟାରିୟରରେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫ କରିଛନ୍ତି। ନିଜ ନୃତ୍ୟ ସହ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ତାଙ୍କ ଜୀବନ ଅତ୍ୟନ୍ତ ବିବାଦୀୟ ରହିଥିଲା। ସେ ୧୩ବର୍ଷ ବୟସରେ ଇସଲାମ ଧର୍ମ ଗ୍ରହଣ କରିଥିଲେ।
ଅନେକ କମ୍ ଲୋକ ଜାଣିଛନ୍ତି ଯେ ସରୋଜ ଖାନଙ୍କ ପ୍ରକୃତ ନାଁ ନିର୍ମଲା ନାଗପାଲ। ବିଭାଜନ ପରେ ସରୋଜଙ୍କ ପରିବାର ପାକିସ୍ତାନରୁ ଭାରତ ଆସି ଯାଇଥିଲା। ସେ ମାତ୍ର ୩ବର୍ଷ ବୟସରୁ ଶିଶୁ କଳାକାର ଭାବେ କାମ କରିବା ଆରମ୍ଭ କରିଥିଲେ।