କଟକ ସହରରୁ ଆଉ ୩ କୋଭିଡ୍ -୧୯ ପଜିଟିଭ୍
କଟକ:-କଟକ ଜିଲ୍ଲାରୁ ସୋମବାର ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ସିଏମସି ଅଞ୍ଚଳରୁ ୩ ଜଣ ରହିଛନ୍ତି ।
ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସେହିପରି ଆଉଜଣେ ସ୍ଥାନୀୟ ସଂକ୍ରମିତ । ଏକ ଘରୋଇ ମେଡିକାଲର କର୍ମଚାରୀ ।
ସୂଚନାଯୋଗ୍ୟ, କଟକ ସହରରେ ମୋଟ ୧୯୩ଜଣ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୬୯ଟି ସକ୍ରିୟ ରହିଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି ।