ସରକାର ତଥ୍ୟ ଲୁଚାଉଛନ୍ତି: ବିଜୟ ମହାପାତ୍ର

ଭୁବନେଶ୍ୱର:-ରାଜ୍ୟରେ କୋଭିଡ ପରିଚାଳନା ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ, ଆଗକୁ ଆହୁରି ଭୟଙ୍କର ହେବ। ସରକାର ବୋଧେ ଏହାର ଗୁରୁତ୍ୱକୁ ଉପଲବ୍ଧି କରୁନାହାନ୍ତି ବୋଲି ବିଜୟ କହିଛନ୍ତି। ଏହାସହିତ  କରୋନା ଗ୍ରାଉଣ୍ଡ ସ୍ଥିତିରୁ ବହୁ ଦୂରରେ ଥିବାବେଳେ ସରକାର ମିଛ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି।

IAS ପଠାଇଲେ କଣ ହେବ, ସେମାନଙ୍କର କିଛି ଅଭିଜ୍ଞତା ନଥିବାରୁ ୩ ବରିଷ୍ଠ IASଙ୍କୁ ସବ୍‌ଡିଭିଜନ୍‌କୁ ପଠାଇବା ସହ ମେଡିକାଲ ଟିମ୍ ସରକାର ଗଠନ କରନ୍ତୁ ବୋଲି ବିଜୟ କହଛନ୍ତି। ଏହାସହିତ  ଅଂହକାର ଛାଡ଼ି ବାସ୍ତବତାକୁ ସ୍ୱୀକାର କରନ୍ତୁ, ଭୁଲ୍‌ର ପୁନରାବୃତ୍ତି ନ କରନ୍ତୁ ବୋଲି କହିଛନ୍ତି ବିଜୟ।ଏପରିକି କବିସୂର୍ଯ୍ୟନଗର ବ୍ଲକ ଓ NACରେ ୨୯ ମରିଥିବାବେଳେ ପ୍ରକୃତ ମୃତ୍ୟୁ ତଥ୍ୟକୁ ସରକାର ଲୁଚାଉଥିବା ଅଭିଯୋଗ କରିଛନ୍ତି ବିଜୟ। ସେପଟେ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *