ବାଗଦାଦରେ ଆମେରିକୀ ଦୂତାବାସ ଓ ମିଲିଟାରୀ ବେସ୍ ଉପରେ ରକେଟ୍ ହମଲା

ବାଗଦାଦ:-ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଓ ମିଲିଟାରୀ ବେସ୍‌କୁ ନିଶାଣ କରି ରବିବାର ପୁଣି ଥରେ ରକେଟ୍ ହମଲା ହୋଇଛି। ଇରାକୀ ସେନା ଅନୁଯାୟୀ ନିକ୍ଷେପ ହୋଇଥିବା ରକେଟ୍ ବଗଦାଦର ଅତି ସୁରକ୍ଷିତ ଗ୍ରୀନ ଜୋନ୍‌ରେ ଆମେରିକୀ ଦୂତାବାସ ନିକଟରେ ଖସି ପଡିଛି। ଏହି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି।

ଅନ୍ୟପଟେ ଦ୍ଵିତୀୟ ରକେଟ୍ ଆକ୍ରମଣ ତାଜି ମିଲିଟାରୀ ବେସ୍‌କୁ ନିଶାଣ କରି କରାଯାଇଛି। ଏହି ମିଲିଟାରୀ ବେସ୍‌ରେ ଆମେରିକୀ ସୈନିକ ରହୁଛନ୍ତି। କୁହାଯାଉଛି ଯେ, ମିଲିଟାରୀ ବେସ୍‌କୁ ନିଶାଣ କରି ଏହି ରକେଟ୍‌ ହମଲା କରାଯାଇଥିଲା। ଏହି ଘଟଣା ପରେ ଇରାକୀ ସେନା ରକେଟ୍ ଓ ଏହାର ଲଞ୍ଚରକୁ ନିଜ କବଜାକୁ ନେଇଛି।

ସୂଚନା ଅନୁଯାୟୀ, ଅକ୍ଟୋବରରୁ ନେଇ ଏ ପର୍ଯ୍ୟନ୍ତ ଆମେରିକା ଦୂତାବାସ୍‌ ଓ ସେନା ଉପରେ କଥିତ ଭାବେ ଇରାନ ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ୩୫ରୁ ଅଧିକ ଥର ରକେଟ୍‌ ହମଲା କରି ସାରିଛନ୍ତି। ମାତ୍ର ଇରାନ ପ୍ରତି ଥର ଏହି ହମଲା ପଛରେ ତାର ହାତ ନଥିବା କହି ଆସିଛି। ଏଥର ମଧ୍ୟ ଇରାନ ସଂଗଠନ ଏହି ଆକ୍ରମଣ ପଛରେ ତାର ହାତ ନଥିବା କହିଛି।

ବିବିସିର ରିପୋର୍ଟ ଅନୁଯାୟୀ ଏହି ହମଲା ସେହି ସମୟରେ କରାଯାଇଛି, ଯେବେ ଆମେରିକା କିଛି ଘଣ୍ଟା ପୂର୍ବରୁ ନିଜର ସି ରାମ ନାମକ ନୂତନ ମିସାଇଲ୍‌ ଡିଫେନ୍ସ ସିଷ୍ଟମର ପରୀକ୍ଷଣ କରିଥିଲା। ଏହି ଡିଫେନ୍ସ ସିଷ୍ଟମ ନିଜ ଆଡକୁ ଆସୁଥିବା କୌଣସି ବି କ୍ଷେପଣାସ୍ତ୍ରକୁ ଆକାଶରେ ମାରି ନଷ୍ଟ କରିବାର କ୍ଷମତା ରଖିଛି।

Leave a Reply

Your email address will not be published. Required fields are marked *