ତୁମୁଡିବନ୍ଧରେ ପୁଲିସ-ମାଓବାଦୀ ଗୁଳିବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀ ମୃତ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର :-କନ୍ଧମାଳ ତୁମୁଡିବନ୍ଧରେ ପୁଲିସ-ମାଓବାଦୀ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀ ମୃତ ହୋଇଛନ୍ତି । କନ୍ଧମାଳ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ମାଓବାଦୀ-ପୁଲିସ ମଧ୍ୟରେ ଏବେ ବି ଗୁଳିବିନିମୟ ଜାରି ରହିଛି । ଘଟଣା ସ୍ଥଳକୁ ଆଇଜି ଅପରେସନ ଓ ଡିଜି ଯାଇଛନ୍ତି ।

ସୂଚନା ଅନୁଯାୟୀ, କନ୍ଧମାଳ ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ୪ ବି ଜି ଏନ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଆଜି ସକାଳେ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ଘଟିଥିବା ନେଇ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି। ଏହି ସମୟରେ ମାଓବାଦୀମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଓ କୁମ୍ବିଂ ଅପରେସନ ଜାରି ଥିବା ନେଇ ବି ସେ ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ଓଡ଼ିଶା ପୁଲିସ ଅଧୀନରେ ଥିବା ଏକ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଥିବା ଜଣାଯାଇଥିଲା। ଏସଓଜି ଟିମ୍ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଲଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିରରେ ୫ଜଣ ମହିଳା ମାଓବାଦୀଙ୍କ ସମେତ ପ୍ରାୟ ୧୫-୨୯ ଜଣ ମାଓବାଦୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *