୮ ତାରିଖ ଯାଏ କଟକ ସହର ଶଟ୍‌ଡାଉନ୍‌

କଟକ :-କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାରୁ କଟକ ସହରକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଜିଠାରୁ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ଶଟ୍‌ଡାଉନ୍ ଘୋଷଣା କରାଯାଇଛି।ଶଟଡାଉନ୍‌ ସମୟରେ କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସମସ୍ତ ଅଣଅତ୍ୟାବଶ୍ୟକ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ। ଗ୍ରୋସରୀପରିବାକ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି। ସକାଳ ୫ରୁ ସନ୍ଧ୍ୟା  ୬ଯାଏ ଖୋଲିବ ଗ୍ରୋସରୀପରିବାକ୍ଷୀର ଦୋକାନ। ଔଷଧ ଦୋକାନ ନିୟମିତ ଖୋଲିବଅନଲାଇନ ଡେଲିଭରି ଚାଲୁ ରହିବ।

Leave a Reply

Your email address will not be published. Required fields are marked *