ଗରିବଙ୍କ ପାଇଁ ବାହାରିଲା କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର,ମୁଣ୍ଡ ପିଛା ୭୫୦୦ ଟଙ୍କା ଓ ୧୦ କେଜି ରାସନ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର:କିଛି ଦିନ ହେବ ଲଗାତର ପେଟ୍ରୋଲ,ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରବୃଦ୍ଧି ଫଳରେ ଗରିବ ,ଦିନମଜୁରିଆ ଓ ସାଧାରଣବର୍ଗ ର ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧି ଯୋଗୁଁ
ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧି ହୋଇ ସାଧାରଣ ଲୋକଙ୍କ ତେଲ ଲୁଣ ସଂସାରରେ ନିଁଆ ଲଗାଇ ଦେଇଛି । ଏହାକୁ ବିରୋଧ କରି ଆଜି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦଳ ଗୁଡିକ ପକ୍ଷରୁ ସାରା ଦେଶରେ ଲକ୍ଷ ଲକ୍ଷ ସମର୍ଥନକଂ ସହ ଆନ୍ଦୋଳନ କରାଯାଇଛି । ରାଜଧାନୀ ଭୁବନେଶ୍ବର ରେ ମଧ୍ୟ ହଜାର ହଜାର ସମର୍ଥକ କଂ ସହ ଏହି ଦଳ ଗୁଡିକ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଟ୍ରେଡ଼ ୟୁନିଅନ ଦଳଗୁଡିକ ମଧ୍ୟରେ ସି ଆଇ ଟି ୟୁ ପକ୍ଷରୁ ଜନାର୍ଦ୍ଦନ ପତି ଆ ଏନ ଟି ସି ୟୁ ର ରାମଚନ୍ଦ୍ର ଖୁଣ୍ଟିଆ ସି ଆଇ ଟି ୟୁ ରୁ , ପୁଷ୍ପା ଦାସ,ସୁରେଶ ପାଣିଗ୍ରାହୀ ,ପ୍ରଦୀପ୍ତ ନାୟକ , ଜଗନ୍ନାଥ ମିଶ୍ର ,ବସନ୍ତ ସାହୁ ଆ ଏନ ଟି ସି ୟୁ ରୁ , କିଶୋର ଜେନା ଏ ଆଇ ସି ସି ଟି ୟୁ ରୁ ରାଧାକାନ୍ତ ସେଠୀ ,ମହେନ୍ଦ୍ର ପରିଡା, ଯୁଧିଷ୍ଠିର ମହାପାତ୍ର ଇ ଟି ସି ଇ ରୁ ପୂର୍ଣଚନ୍ଦ୍ର ଜେନା ,ରାଜେନ୍ଦ୍ର ବର୍ମା ଏ ଆଇ ଟି ୟୁ ସି ରୁ ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ସୁର ଜେନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରୀ ବ୍ୟାଙ୍କ ଓ ପ୍ରତିରକ୍ଷା କର୍ମଚାରୀ ମାନଙ୍କର ସ୍ୱାଧୀନ ଫେଡରେସନ ଓ ଆସୋସିଏସନ ରୁ ରଶ୍ମିଵାଳା ଦାସ ପ୍ରମୁଖ ଉପସ୍ଥିତ ରହି କୋବିଡ଼-୧୯ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଜୀବିକା ହରାଇ ଆୟକର ଦେଉନଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ମାସକୁ ମୁଣ୍ଡ ପିଛା ୭୫୦୦ ଟଙ୍କା ଓ ୧୦ କେଜି ଲେଖାଏଁ ମାଗଣାରେ ରାସନ (ଚାଉଳ, ଗହମ, ଡାଲି ,ତେଲ ,ଅଟା ) ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ସରକାରକଂ ଠାରେ ଦାବି କରିଥିଲେ ।
ଅନ୍ୟ ପ୍ରମୁଖ ଦାବିମାନଙ୍କ ମଧ୍ୟରରେ
ଶ୍ରମିକର ଅର୍ଜିତ ଛୁଟି କୁ ୨୪୦ ଦିନରୁ ୧୮୦ କୁ କମାଇବା ପାଇଁ ହେଉଥିବା ଯୋଜନାକୁ ବନ୍ଦ କରାଯାଉ।
ମୃତ୍ୟୁବରଣ କରୁଥିବା କୋବିଡ଼ ଯୋଦ୍ଧା ମାନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବନ୍ଦ ହୋଇଥିବା ସମସ୍ତ କଲକ�
ଶ୍ରମିକର ଅର୍ଜିତ ଛୁଟି କୁ ୨୪୦ ଦିନରୁ ୧୮୦ କୁ କମାଇବା ପାଇଁ ହେଉଥିବା ଯୋଜନାକୁ ବନ୍ଦ କରାଯାଉ।
ମୃତ୍ୟୁବରଣ କରୁଥିବା କୋବିଡ଼ ଯୋଦ୍ଧା ମାନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବନ୍ଦ ହୋଇଥିବା ସମସ୍ତ କଲକରଖାନା କୁ ଯଥାଶୀଘ୍ର ଖୋଲାଯାଉ ।
ପେଟ୍ରୋଲ ,ଡିଜେଲ ଓ ନିତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ତୁରନ୍ତ ମୁଲ୍ୟ ହ୍ରାସ କରାଯାଉ ।
ଶ୍ରମିକ ଓ ଖାଟିଖିଆ କୁଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଦୈନିକ ୩୦୦ ଟଙ୍କା ମଜୁରୀରେ ୨୦୦ କାମ ଦିଆଯାଉ ।
ରେସନ କାର୍ଡ ରୁ ବଞ୍ଚିତ ସମସ୍ତ ପରିବାର କୁଁ ତୁରନ୍ତ ରେସନ କାର୍ଡ ଯୋଗାଇ ଦିଆଯାଉ ।
କୋବିଡ଼ କିଣା ଦୁର୍ନୀତିର ନିରପେକ୍ଷ ତଦନ୍ତ ସହିତ ଓଡିଶା ଫେରିଥିବା ପ୍ରବାସୀ ମାନଙ୍କ ଗାଡ଼ିଭଡ଼ା ଫେରାଇବାକୁ ଦାବି କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦାବି ଗୁଡିକୁ ଯଥାଶୀଘ୍ର ପୂରଣ ନକଲେ ଏହି ଆନ୍ଦୋଳନ କୁ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ଦଳ ଗୁଡିକ ପକ୍ଷରୁ କୁହାଯାଇଛି ।