ଦିଲ୍ଲୀ-ଏନସିଆରରେ ଭୂକମ୍ପର ତୀବ୍ର ଝଟକା

ନୂଆଦିଲ୍ଲୀ:- ଦିଲ୍ଲୀ- ଏନସିଆରରେ ଭୂକମ୍ପର ଝଟକା।  ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି ଧନ ଜୀବନ କ୍ଷୟକ୍ଷତି ହୋଇନାହିଁ। ଭୂକମ୍ପର ଝଟକା ସନ୍ଧ୍ୟା ୭ଟା ୦୨ ମିନିଟରେ ଅନୁଭୁତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରହିଥିଲା। ଭୂକମ୍ପର ଝଟକା ଦିଲ୍ଲୀ, ନୋଏଡା, ଗାଜିଆବାଦରେ ଅନୁଭୂତ ହୋଇଛି। ଗତ ଥର ଅପେକ୍ଷା ଆଜିର ଭୂକମ୍ପ ଝଟକା ଅଧିକ ରହିଥିଲା। ଏହି କାରଣରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। କେତେକ ସ୍ଥାନରେ ଲୋକମାନେ ଘରୁ ବାହାରକୁ ଭୟରେ ଚାଲିଆସିଥିଲେ।  ଲଗାତାର ଭାବରେ ଭୂକମ୍ପ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଳୀରେ ଭୂକମ୍ପ ହେଉଥିବାରୁ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି।

ଏହା ପୂର୍ବରୁ ଆଜି ମଧ୍ୟାହ୍ନରେ ମିଜୋରାମର ଚମ୍ପାଇ ପାଖରେ ଭୂକମ୍ପ ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *