କରୋନା ପାଖରେ ଚାଲାକି ନୁହେଁ ବରଂ ନିଜେ ବଞ୍ଚି କି ରୁହନ୍ତୁ,:ସୁବ୍ରତ ବାଗ୍ଚୀ
ଭୁବନେଶ୍ୱର:-ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ହେଲାଣି। ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଚାଲିଆଡେ ଚର୍ଚ୍ଚା ଚାଲିଛି। ଅବଶ୍ୟ ସରକାର କହୁଛନ୍ତି ସବୁକିଛି ନିୟନ୍ତ୍ରଣରେ ରହିଛି। କିନ୍ତୁ ଲୋକଙ୍କୁ ଚେତାଇ ଦେଇଛନ୍ତି ସରକାର। ସଜାଗ ରୁହ ନହେଲେ ସୁସ୍ଥରୁ ଭେଣ୍ଟିଲେଟରକୁ ଯିବାକୁ ୨୪ ଘଣ୍ଟା ସମୟ ଲାଗିବ ନାହିଁ। ସେପଟେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୬୧ ଜଣ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ୧୩୬ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ । ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିଭଳି ରାୟଗଡାରେ ଗୋଟିଏ ପରିବାରର ୩ ଜଣଙ୍କ ସଂସ୍ପର୍ଶରେ ଆସି ୯୦ ଆକ୍ରାନ୍ତ ହୋଇଥିବା ସନ୍ଦେହ ହେଉଛି। ଏମିତି ସ୍ଥିତିରେ ଚାଲାକି ନକରି କରୋନା ପ୍ରତି ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ।ବାଗ୍ଚୀ କହିଛନ୍ତି, ହେଳା କଲେ ଏବଂ ସଚେତନ ନହେଲେ ସୁସ୍ଥରୁ ଭେଣ୍ଟିଲେଟର ପାଇଁ ମାତ୍ର ୨୪ ଘଣ୍ଟା ଲାଗିବ। ସାଧାରଣରେ ସୁସ୍ଥ ଦିଶୁଥିବା ଲୋକଙ୍କୁ ଆଇସିୟୁରେ ପକାଇବା ପାଇଁ ବେଶି ସମୟ ଦେବନି କରୋନା ରାକ୍ଷସ । ତେଣୁ କରୋନା ପାଖରେ ଚାଲାକି ନୁହେଁ ବରଂ ନିଜେ ବଞ୍ଚିକି ରୁହନ୍ତୁ। ଏମିତି କିଛି ଚେତାଇ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ସେତିକିବେଳେ କହିଛନ୍ତି ଯେତେବେଳେ ରାଜ୍ୟରେ ଗୋଟିଏ ଦିନରେ ୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିପାଇଁ ଲୋକଙ୍କୁ ଜରୁରୀ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର। କରୋନାର ସ୍ଥିତି ନେଇ ସାରା ବିଶ୍ବରେ ଭାରତର ସ୍ଥିତି ଏବଂ ଓଡ଼ିଶାର ସ୍ଥିତିର ତଥ୍ୟ ଥୋଇଥିଲେ। ଦେଖନ୍ତୁ ଏହି ଗ୍ରାଫ ଦୈନିକ ସଂକ୍ରମଣ ମାମଲାରେ ଆମେରିକା ଓ ବ୍ରାଜିଲ ପଛରେ ରହିଛି ଭାରତ । ଆମେରିକାରେ କମିଆସୁଥିବା ସଂକ୍ରମଣ ପୁଣି ନାଗଫଣା ଭଳି ମୁଣ୍ଡ ଟେକିଛି। ଆଉ ବ୍ରାଜିଲ ଭାରତରେ ବି ମାଡ଼ିମାଡ଼ି ଚାଲିଛି କରୋନା। ସେମିତି ୨ ମାସ ତଳେ ପୂର୍ବ ଭାରତରେ ସଂକ୍ରମଣ ସେମିତି ନଥିଲା। ହେଲେ ଓଡ଼ିଶା ଏବଂ ପୂର୍ବ ଭାରତରେ କରୋନା ସଙ୍କଟ ସୃଷ୍ଟି କଲାଣି। ଯାହାକୁ ଦେଖି ରାଜ୍ୟ ସରକାର ଚେତେଇ ଦେଇଛନ୍ତି।