କ୍ୱାରେଣ୍ଟିନ୍ ସେଣ୍ଟରରୁ ପୁଣି ଭାଇରାଲ ହେଲା ଟିକଟକ୍ ଭିଡିଓ
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ପୁଣି ଭାଇରାଲ ହେଲା ଟିକଟକ୍ ଭିଡିଓ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏହି ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି। ଏଠାରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୧୦୬ ଜଣ ରହୁଛନ୍ତି।
ତେବେ ଏମାନଙ୍କ ଭିତରୁ ଗୋଟିଏ ରୁମରେ ଥିବା ୫ ଜଣ ଯୁବକ କ୍ୱାରେଣ୍ଟିନ୍ ଓ ସାମାଜିକ ଦୂରତ୍ୱ ନିୟମ ଭୁଲି ନାଚଗୀତ ଭିଡିଓ ସୁଟିଂ କରିଥିବା ଦେଖାଯାଉଛି। ପରେ ଭିଡିଓକୁ ଟିକଟକ ସୋସିଆଲ ମିଡିଆରେ ଅପଲୋଡ୍ କରିବାରୁ ଏହା ଭାଇରାଲ ହୋଇଛି।ସେପଟେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତାବେଢାରେ ଥିବା ଏକ କ୍ୱାରେଣ୍ଟିନ୍ ସେଣ୍ଟରରେ ଖାଦ୍ୟ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମେନ୍ୟୁ ଅନୁସାରେ ମାଛ, ମାଂସ ବଦଳରେ ଅଣ୍ଡା ଦିଆଯାଇଥିବାରୁ ଏହାକୁ ନେଇ ପ୍ରତିବାଦ ଜଣାଇବା ସହ ଏହାର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତିା










