ବାତ୍ୟା ଯୋଗୁଁ ମାଟ୍ରିକ୍ ଖାତାଦେଖା ଗୋଟିଏ ଦିନ ଘୁଞ୍ଚିଲା, ୨୦ ମେ’ ବଦଳରେ ୨୧ ମେ’ ରୁ ଖାତାଦେଖା ଆରମ୍ଭ

 ଭୁବନେଶ୍ବର:-ମେ’ ୨୦ ପରିବର୍ତ୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୁଡାନ୍ତ ନିଷ୍ପତ୍ତି ହୋଇଛି। ବାତ୍ୟା ‘ଅମ୍ପନ୍’କୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ଖାତା ମୂଲ୍ୟାୟନ ଘୁଞ୍ଚାଯାଇଛି।ଅନ୍ୟପକ୍ଷରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ। ଲକ ଡାଉନ କାରଣରୁ ଯୁକ୍ତ୨ର ୨୩ ବିଷୟର ପରୀକ୍ଷା ହୋଇପାରି ନଥିଲା। ସେହିପରି ଯୁକ୍ତ୨ର ସରିଯାଇଥିବା ବିଷୟଗୁଡିକର ପରୀକ୍ଷାର ଉତ୍ତର ଖାତା ଦେଖା ଜୁନ ୧ରୁ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *