ଭୁବନେଶ୍ବରୁ ଚିହ୍ନଟ ହେଲେ ୨୪ କରୋନା ପଜିଟିଭ:

ଭୁବନେଶ୍ବର :-ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରୁ ୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୩୬୯ ଛୁଇଁଥିବା ବେଳେ ୨୧୬ ଜଣ ସୁସ୍ଥ ହୋଇଛନ୍ତି। ୪ ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୪୮ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଭୁବନେଶ୍ବରୁ ଚିହ୍ନଟ ହୋଇଥିବା ୨୪ଜଣ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଲୋକାଲ୍ କୋସ୍ ଚିହ୍ନଟ ହୋଇଛନ୍ତି।

ଏୟାରପୋର୍ଟ କଲୋନୀ ଅଞ୍ଚଳରୁ ଜଣେ ପୁରୁଷ(୨୮), ଖଣ୍ଡଗିରି କୋଳଥିଆ ଅଞ୍ଚଳରୁ ଜଣେ ପୁରୁଷ(୩୮), ସାଲିଆସାହି ଶ୍ରୀକ୍ରିଷ୍ଣା ନଗର ଅଞ୍ଚଳରୁ ୨ ଜଣ ପୁରୁଷ, କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଦୁଇ ଜଣ ୩ ଜଣ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳ ଜଣେ ଯୁବତୀ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀରୁ ଜଣେ ମହିଳା, ମଞ୍ଚେଶ୍ବର ଅଞ୍ଚଳରୁ ୯ଜଣ ପୁରୁଷ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ପୁରୁଷ ଏବଂ ରେଳ ବିଭାଗର ଜଣେ ପୁରୁଷ କର୍ମଚାରୀ ରହିଛନ୍ତି ।

ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଘରୋଇ ହସ୍ପିଟାଲ ୩ ଜଣ ମହିଳା କର୍ମଚାରୀ ଥିବା ବେଳେ ଖଣ୍ଡଗିରି ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜି ଭୁବନେଶ୍ବରରୁ ୧୫ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଘରୋଇ ହସ୍ପିଟାଲର ୫ଜଣ ମହିଳା କର୍ମଚାରୀ ଓ ଅନ୍ୟ ଏକ ଘରୋଇ ଜଣେ ମହିଳା କର୍ମଚାରୀ ସୁସ୍ଥ ହୋଇଛନ୍ତି। ସେହିଭଳି ନିଳାଦ୍ରିବିହାର ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା ସୁସ୍ଥ ହୋଇଛନ୍ତି। ସତ୍ୟନଗର ଅଞ୍ଚଳରୁ ଜଣେ ମହିଳା ରୋଗୀ ସୁସ୍ଥ ହୋଇଛନ୍ତି। ସେହିଭଳି ଶିରିପୁର ଲକ୍ଷ୍ମୀବଜାର ଅଞ୍ଚଳରୁ ୨ଜଣ ପୁରୁଷ ଓ ୨ଜଣ ମହିଳା ରୋଗୀ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *