ଟାଙ୍ଗୀରେ ଆଉ ଜଣେ କରୋନା ପଜିଟିଭ୍, ୩ ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଖୋର୍ଦ୍ଧା :-ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ମହାମାରୀର କାୟା । ଏଥିରେ ରୋକ୍ ଦେବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତଥାପି ଲୋକେ ସଚେତନ ନହେବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଞ୍ଚାୟତରେ ପୁଣି ଜଣେ ସ୍ଥାନୀୟ ବାସିନ୍ଦା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତା ବଢିଯାଇଛି । ସଂକ୍ରମିତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ହୋଇଥିବା ଯୋଗୁଁ ସଂକ୍ରମଣ ଆଶଙ୍କାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ ପଞ୍ଚାୟତର ସମ୍ପୃକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଆଜିଠାରୁ ଆସନ୍ତା ୫ ତାରିଖ ରାତି ୭ଟା ପର୍ଯ୍ୟନ୍ତ ଅର୍ଥାତ୍ ୩ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ।ସଂକ୍ରମିତ ବ୍ୟକ୍ତି ଜଣଙ୍କ ଦିଲ୍ଲୀ ଫେରନ୍ତା ଏବଂ ସେ ହୋମ୍ ସଂଗରୋଧରେ ଥିଲେ । ସେ ସଂକ୍ରମିତ ଚିହ୍ନଟ ହେବାପରେ ପରିବାର ୫ ଜଣ ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୨ ଜଣ ସଦସ୍ୟ ସଂକ୍ରମିତର ଚିହ୍ନଟ ହୋଇଥିଲେ । ପରେ ପଡୋଶୀ ଘରର ଜଣେ ମହିଳା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଲୋକଙ୍କ ଅନୁରୋଧ ପରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ସରପଞ୍ଚଙ୍କ ସୁପାରିଶ କ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଏହି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହିତ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *