ନେପାଳ ପ୍ରଧାନମନ୍ତ୍ରୀ ଓଲି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି,
କାଠମାଣ୍ଡୁ,:-ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଛାତିରେ ଯନ୍ତ୍ରଣା ହେତୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ସହିଦ ଗଙ୍ଗାଲାଲ ନ୍ୟାଶନାଲ ହାର୍ଟ ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଛି ।
ଓଲି ଗତ କିଛି ଦିନ ଧରି ଭାରତ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲେ । ଏପରିକି ବିବାଦିତ ନକ୍ସା ମଧ୍ୟ ସଂସଦରେ ପାରିତ କରିଥିଲେ । ଯେଉଁଥରେ ଭାରଚର ତିନୋଟି ସ୍ଥାନକୁ ନେପାଳର ଦର୍ଶାଯାଇଥିଲା । ଏପରିକି ନିଜ ଦେଶର ବିରୋଧି ନେତା ମଧ୍ୟ ଲାଗାତାର ଭାବେ ଓଲିଙ୍କୁ ଟାର୍ଗେଟ୍ କରୁଥିଲେ । ଏପରିକି ତାଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ ଚାପ ପଡୁଥିଲା ।ନେପାଳର ସରକାର ଓ କ୍ଷମତାଧାରୀ କମ୍ୟୁନିଷ୍ଟ ପାର୍ଟି ଉପରେ ଜାରି ସଙ୍କଟ ଦେଇ ଗତି କରୁଥିବା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି ଦୋହଲିବାରେ ଲାଗିଛି। ପାର୍ଟିର ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପୁଣି ଥରେ ବରିଷ୍ଠ ନେତା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ନେତାଙ୍କ କହିବା କଥା ଓଲିଙ୍କ ସରକାର ନିଜ କାମରେ ବିଫଳ ହୋଇଛି। ଏଥିପାଇଁ ଇସ୍ତଫା ମଗାଯାଉଛି। ଓଲିଙ୍କ ଆରୋପକୁ ମଧ୍ୟ ବୈଠକରେ ଖଣ୍ଡନ କରାଯାଇଛି। ଓଲି କହିଥିଲେ ଯେ, ତାଙ୍କୁ କୁଆଡେ ପଦରୁ ହଟାଇବା ପାଇଁ ଭାରତ ଷଡଯନ୍ତ୍ର ରଚୁଛି। –










