୫୯ ଆପ୍ ବ୍ୟାନ୍ ହେବା ପରେ ଚୀନ୍ କମ୍ପାନୀଙ୍କୁ ଲାଗିବ ଜୋରଦାର ଝଟକା, କ୍ଷତି ହେବ ୪୫ ହଜାର କୋଟି ଟଙ୍କା
ବେଜିଂ,:-ଭାରତ ଦ୍ୱାରା ଟିକଟକ୍ ବ୍ୟାନ୍ କରାଯିବା ପରେ ବାଇଟ୍ ଡ୍ୟାନ୍ସ କମ୍ପାନୀକୁ ବଡ ଝଟକା ଲାଗିଛି । କମ୍ପାନୀ ଭାରତରେ ନିବେଶ କରିବା ପାଇଁ ଉତ୍ସାହୀ ଥିଲା । କମ୍ପାନୀ ଭାରତରେ ପ୍ରାୟ ଏକ ବିଲିୟନ ଡଲାରର ଆପ୍ଲିକେସନ ପ୍ଲାନ ପ୍ରସ୍ତୁତ କରିଥିଲା ।
ଚୀନର ୫୯ ଆପ୍ଲିକେସନ ବ୍ୟାନ ହେବା ପରେ ଚୀନର ଏହି ଗୋଟିଏ କମ୍ପାନୀ ୪୫ ହଜାର କୋଟିର କ୍ଷତି ସହିବ । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମସରେ ଏହି ସୂଚନା ଦିଆଯାଇଛି । ଚୀନା ଇଣ୍ଟରନେଟ୍ କମ୍ପାନୀ ବାଇଟ୍ ଡ୍ୟାନ୍ସକୁ ଏହି କ୍ଷତି ସହିବାକୁ ହେବ । ଏହି କମ୍ପାନୀ ଟିକଟକ୍ ଓ ହେଲୋର ମଦର୍ କମ୍ପାନୀ ।
ସରକାର ସୁରକ୍ଷା ଦୃଷ୍ଟି କୋଣରୁ ଚୀନର ୫୯ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ଆପ୍ ମଧ୍ୟରୁ ଟିକଟକ୍ ଭାରତରେ ବେଶୀ ଲୋକପ୍ରିୟ ଥିଲା । ଅନେକ ସେଲିବ୍ରିଟିଙ୍କ ଟ୍ୱିଟର ୟୁଜର ସଂଖ୍ୟା ଲକ୍ଷରୁ ଅଧିକ । ଗ୍ଲୋବାଲ ଟାଇମସ୍ ଅନୁସାରେ ବାଇଟ୍ ଡ୍ୟାନସର ୬ ମିଲିୟନ ଡଲାର କ୍ଷତି ହେବ ।
ବ୍ୟାନ୍ ପରେ ଏବେ ଟିକଟକ୍ ଗୁଗୁଲ ପ୍ଲେଷ୍ଟୋରରୁ ବ୍ଲକ୍ କରିଦିଆଯାଇଛି । ଏହି ଆପ୍ ଭାରତର ଅଖଣ୍ଡତାକୁ ହାନି ପହଁଚାଉଥିବା ସରକାର କହୁଛନ୍ତି । ତେବେ ଗଲଓ୍ୱାନ ଘାଟିରେ ଭାରତର ୨୦ ୟବାନ ସହିଦ ହେବା ପରେ ଚୀନ ସାମଗ୍ରୀ ବର୍ଜନ ଅଭିଯାନ ଜୋର୍ ଧରିଛି ।










