ଅନଲକ୍ ୨.୦: ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ,

ନୂଆଦିଲ୍ଲୀ:-ଦେଶରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଅନଲକ୍‌ ୨ ଘୋଷଣା କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶରେ ଅନଲକ୍‌-୨ ଜାରି ରହିବ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ। ଏହି ସମୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ସମ୍ବନ୍ଧିତ ଲୋକ, ଜରୁରୀକାଳୀନ ସେବା ଜାରି ରହିବ। ଏହା ସହିତ ଜାତୀୟ ମାର୍ଗରେ ମାଲବାହୀ ଗାଡି ଯିବା ଆସିବା କରି ପାରିବେ।

କଣ୍ଟେନମେଣ୍ଟ ଜୋନ୍ ବାହାରେ ସବୁ ଗତିବିଧି ପାଇଁ ମଞ୍ଜୁରୀ ଦିଆଯାଇଛି। ଅନଲକ ୨ରେ ସ୍କୁଲ, କଲେଜ ଓ  ବିଶ୍ଵ ବିଦ୍ୟାଳୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନଲକ୍‌ର ଦ୍ଵିତୀୟ ପର୍ଯ୍ୟାୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ପାଳନ ଜରୁରୀ।

ସରକାରଙ୍କ ଦ୍ଵାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଜୁଲାଇ ୩୧ ପର୍ଯ୍ୟନ୍ତ ପୂର୍ବପରି ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ, ବନ୍ଦ ରହିବ। ସବୁ ପ୍ରକାରର ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ସେବା, ସିନେମା ହଲ, ଜିମ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ, ଥିଏଟର, ବାର, ଅଡିଟରିୟମ, ସର୍ବସାଧାରଣ ସଭା ସ୍ଥଳ ପରି ଜାଗା ବନ୍ଦ ରହିବ। ସବୁ ପ୍ରକାରର ସାମାଜିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଏକାଡେମୀ, ସାଂସ୍କୃତିକ, ଧାର୍ମିକ ଆୟୋଜନ ସବୁ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *