ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ୍, ସଂକ୍ରମଣର ବୃଦ୍ଧି ଯୋଗୁଁ ନିଆଗଲା ନିଷ୍ପତ୍ତି
ଚେନ୍ନାଇ :-ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ସାରା ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ ରାଜ୍ୟରେ ଏବେ ଧୀରେ ଧୀରେ ନିଜର କଟକଣା ବଢାଇବାରେ ଲାଗିଛନ୍ତି । ଖାସ୍ କରି ସଂକ୍ରମଣ ବଢିଥିବା ରାଜ୍ୟଗୁଡିକରେ ଲକ୍ଡାଉନ୍ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ମହାରାଷ୍ଟ୍ର ଲକ୍ଡାଉନ୍ ଅବଧି ବଢାଇବା ନେଇ ଘୋଷଣା କରିଥିବା ବେଳେ ତାମିଲନାଡୁ ସରକାର ପୁଣି ଥରେ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ ମିଆଦ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ଜୁଲାଇ ୩୧ ଯାଏ ଲକ୍ଡାଉନ୍ ବଢାଇବାକୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ମିଆଦ ବୃଦ୍ଧି କରାଯାଇଥିଲା। ଉଲ୍ଲେଖନୀୟ, ଦେଶରେ କରୋନା ସଂକ୍ରମିତ ମାମଲାରେ ତାମିଲନାଡୁ ମଧ୍ୟ ଅଧିକ ଆକ୍ରାନ୍ତ ରହିଛନ୍ତି ।
ତାମିଲନାଡୁ ସରକାର କରୋନାଭାଇରସ୍ ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ବୃଦ୍ଧି କରିଛନ୍ତି। ଚେନ୍ନାଇ ଏବଂ କାଞ୍ଚିପୁରମ୍, ଚେଙ୍ଗାଲପାଟ୍ଟୁ ଏବଂ ଥିରୁଭାଲୁଭର୍ ସମେତ ମଦୁରାଇ , ଗ୍ରେଟର ଚେନ୍ନାଇ ପୋଲିସ୍ ସୀମା (ଚେନ୍ନାଇ)ରେ ଜୁଲାଇ ୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ କଟକଣା ଜାରି ରଖିଛନ୍ତି । ତାମିଲନାଡୁର ଏହିସବୁ ଅଞ୍ଚଳରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡା ଆଇନ୍ କଟକଣା ଲଗାଇଛନ୍ତି । ଯାହା ବର୍ତ୍ତମାନ ବୃଦ୍ଧି କରାଯାଇଛି | ଏହାପୂର୍ବରୁ ମହାରାଷ୍ଟ୍ର ସରକାର 31 ଜୁଲାଇ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତାମିଲନାଡୁରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ମାମଲାକୁ ଦେଖି ନିଷ୍ପତ୍ତି ନିଆଯାଇଛି। ସୋମବାର ଦିନ ତାମିଲନାଡୁରେ ୩,୯୪୯ ଟି ନୂଆ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ରିପୋର୍ଟ କରାଯାଇଛି । ଏହା ପରେ ରାଜ୍ୟରେ କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ୮୬,୦୦୦ ଅତିକ୍ରମ କରିସାରିଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ହେତୁ ଆଉ ୬୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୧,୧୪୧କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ, ସୋମବାର ରିପୋର୍ଟ ହୋଇଥିବା ୩,୯୪୯ ଟି ନୂତନ ମାମଲା ମଧ୍ୟରୁ କେବଳ ଚେନ୍ନାଇରୁ ୨,୧୬୭ ସଂକ୍ରମଣ ମାମଲା ରହିଛି। ଏହା ବ୍ୟତୀତ ଚେଙ୍ଗାଲପେଟରେ ୧୮୭ ଟି, ଥିରୁଭାଲୁରରେ ୧୫୪ ଏବଂ ମଦୁରାଇରେ ୩୦୩ ଟି ମାମଲା ରେକର୍ଡ ହୋଇଛି।