ଆଫଗାନିସ୍ଥାନରେ କାର ବୋମା ବିସ୍ଫୋରଣ, ୨୩ ମୃତ

କାବୁଲ,:-ଆଫଗାନିସ୍ଥାନର ହେଲମନ୍ଦ ଅଞ୍ଚଳରେ ଥିବା ଏକ ବ୍ୟସ୍ତ ବହୁଳ ବଜାରରେ ସୋମବାର ହୋଇଛି ବଡ ଧରଣର କାର ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଗର୍ଭନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଲିବାନ ଓ ଅଫଗାନ୍ ସେନାର ଦୁହେଁ ସାଙ୍ଗିନ ଜିଲ୍ଲାରେ ହୋଇଥିବା ଏହି ଘଟଣା ପାଇଁ ପରସ୍ପରକୁ ଦୋଷ ଦେଉଛନ୍ତି। ତାଲିବାନ ପକ୍ଷରୁ ଦାବି କରାଯାଇଛି ଯେ, ସୈନିକମାନେ ବଜାରରେ ମୋର୍ଟାର ମାଡ କରିଛନ୍ତି। ସେଭଳି ସେନାର କହିବା ଅନୁସାରେ, ବିଦ୍ରୋହୀମାନେ ନାଗରିକଙ୍କୁ ଟାର୍ଗେଟ କରି ମୋର୍ଟାର ମାଡ କରିବା ସହ କାର ବୋମା ବିସ୍ଫୋରଣ କରିଛନ୍ତି।

ଉଲ୍ଲେଖନୀୟ ଯେ, ଆଫଗାନିସ୍ଥାନ ସରକାର ତାଲିବାନ ବିରୋଧରେ ସେନା ଅଭିଯାନକୁ ବଢାଇ ଦେଇଛନ୍ତି। ଏହି ଅଭିଯାନରେ ୨୪ ଘଣ୍ଟାରେ ସାରା ଦେଶରେ ୧୦ ଜଣ ନାଗରିକଙ୍କ ସହିତ ୭୦ରୁ ଅଧିକ ଲୋକଙ୍କୁ ମାରି ଦିଆଯାଇଛି। ତାଲିବାନ ଓ ଅଫଗାନ ସରକାର ଏହି ତାଜା ସଂଘର୍ଷରୁ ଆମେରିକା ଓ ତାଲିବାନ ଭିତରେ ହୋଇଥିବା ଶାନ୍ତି ଚୁକ୍ତିକୁ ଶକ୍ତ ଧକ୍କା ଲାଗିଛି। ତେବେ ଏପର୍ଯ୍ୟନ୍ତ ଏହା ଉପରେ ଆମେରିକାର କୌଣସି ପ୍ରତିକ୍ରିୟା ଆସିନାହିଁ। ସବୁଠାରୁ ଖାସ୍ କଥା ଏହା ଯେ, ଏହି ସେନା ଅଭିଯାନରେ ବହୁ ପରିମାଣରେ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ, କିନ୍ତୁ ତାଲିବାନର ହାତରେ ନିରୀହ ଲୋକ ଶିକାର ହୋଇଛନ୍ତି। ମୃତକଙ୍କ ଭିତରେ ମହିଳା ଓ ଶିଶୁ ରହିଛନ୍ତି।

Leave a Reply

Your email address will not be published. Required fields are marked *