ଯାଜପୁରରେ ସାଧାରଣ ଲୋକଙ୍କୁ ମନା ସରକାରୀ କାର୍ଯ୍ୟାଳୟ

ଯାଜପୁର:-ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା । ଯାଜପୁରରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏପରି ଏକ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତର ରହିବ । ଯାଜପୁରରେ ଜଣେ ପ୍ରଶାସନିକ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ଏପରି ନିଷ୍ପତି ନେଇଛି ପ୍ରଶାସନ । ଯାଜପୁର ତହସିଲର ତହସିଲଦାର କରୋନା ଆକ୍ରାନ୍ତ ହେବା ପରେ ତହସିଲ ଅଫିସର ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବା ସହ ସେମାନଙ୍କୁ କ୍ୱାରେଂଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ।ପୂର୍ବରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପ୍ରଥମ ଥର ପାଇଁ ଜଣେ ପ୍ରଶାସନିକ ଅଧିକାରୀ କୋଭିଡ ସଂକ୍ରମିତ ହୋଇଛନ୍ତି । ଯାଜପୁର ବ୍ଲକରେ କରୋନା କାର୍ଯ୍ୟ ସମ୍ପାଦିତ କରିବା ପାଇଁ ୪ମାସ ହେଲା ବିଭିନ୍ନ କଂଟେନମେଂଟ ଜୋନରେ ଅହରହ ପରିଶ୍ରମ କରୁଥିବା ତହସିଲଦାର କରୋନା ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ ଅଫିସକୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ସାଧାରଣଲୋକଙ୍କୁ ଆସିବା ପାଇଁ ବାରଣ କରିଛି । ଏହାସହ କର୍ମଚାରୀ ମାନେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *