ଅନଲକ୍-୨ ଗାଇଡଲାଇନ୍ସ ଜାରି, ୩୧ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ

ନୂଆଦିଲ୍ଲୀ :-ସୋମବାର ରାତିରେ ଅନଲକ୍-୨ ଟି ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ସରକାର କହିଛନ୍ତି ଯେ ଅନଲକ୍ -୨ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗାଇଡ୍ ଲାଇନ୍ ଅନୁସାରେ  ୩୧ ଜୁଲାଇ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ ରହିବ। ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ତେବେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯିବ ।  ମେଟ୍ରୋ ସେବା, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ବାର୍, ସାମାଜିକ ତଥା ଧାର୍ମିକ କାର୍ଯ୍ୟକ୍ରମ ଭିଡ଼ ଉପରେ ପ୍ରତିବନ୍ଧକ ଲଗାଇବ । କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ। ଏହି ସମୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ସମ୍ବନ୍ଧିତ ଲୋକ, ଜରୁରୀକାଳୀନ ସେବା ଜାରି ରହିବ। ଏହା ସହିତ ଜାତୀୟ ମାର୍ଗରେ ମାଲବାହୀ ଗାଡି ଯିବା ଆସିବା କରି ପାରିବେ।

କଣ୍ଟେନମେଣ୍ଟ ଜୋନ୍ ବାହାରେ କଣ ଖୋଲା, ବନ୍ଦ
୧. ବିଦ୍ୟାଳୟ-କଲେଜ ଏବଂ କୋଚିଂ ପ୍ରତିଷ୍ଠାନଗୁଡିକ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ । ଅନଲାଇନ୍ ପାଠପଢା ଜାରି ରହିବ । ଜୁଲାଇ ୧୫ ରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିମ ପ୍ରତିଷ୍ଠାନ ଆରମ୍ଭ ହେବ। ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ପୃଥକ ଭାବରେ ଜାରି କରାଯିବ ।

୨. ଆନ୍ତର୍ଜାତୀୟ ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଉପରେ ନିଷେଧାଦେଶ ରହିବ । ସେହି ଲୋକମାନେ ଯାତ୍ରା କରିବାକୁ ସକ୍ଷମ ହେବେ, ଯାହାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେବ ।

୩. ମେଟ୍ରୋ, ରେଳ, ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍, ମନୋରଞ୍ଜନ ପାର୍କ, ଥିଏଟର, ବାର୍, ଅଡିଟୋରିୟମ୍, ଆସେମ୍ବଲି ହଲ୍  ଖୋଲିବ ନାହିଁ ।

୪. କୌଣସି ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ, ମନୋରଞ୍ଜନ, ଶିକ୍ଷାଗତ କାର୍ଯ୍ୟକ୍ରମ ହେବ ନାହିଁ ।

Leave a Reply

Your email address will not be published. Required fields are marked *