ଚୀନ୍‌କୁ ମହଙ୍ଗାପଡୁଛି ଭାରତ ସହ ବିବାଦ, ସାରା ବିଶ୍ୱରେ Made-in-Chinaର ଚାହିଦା ହ୍ରାସ

ନୂଆଦିଲ୍ଲୀ:-ଭାରତ ସହ କଳି ଚୀନ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ଖାସ୍ ଏଥି ଯୋଗୁ ଚୀନ୍ ପ୍ରସ୍ତୁତ ସାମଗ୍ରୀର ଚାହିଦା ସାରା ଦୁନିଆରେ ହ୍ରାସ ହେଉଥିବା ବେଳେ ଦେଶମାନେ ଏପରି ସାମଗ୍ରୀର ଆମଦାନୀ ଓ ବିକ୍ରି ଉପରେ ନୂଆ ନୁଆ କଟକଣା ଲଗାଇବା ଆରମ୍ଭ କରିଛନ୍ତି।

ଜୁନମାସ ଆରମ୍ଭରେ ଚୀନରେ ଉତ୍ପାଦନ ଗତିବିଧି ଆରମ୍ଭ ହୋଇଥିଲା। ଆଶା କରାଯାଉଥିଲା ସବୁ ପୁଣି ବ୍ୟବସ୍ଥିତ ହୋଇଯିବ। ହେଲେ ସୀମାକୁ ନେଇ ବିବାଦରେ ଚୀନ୍‌ର ଅସଲ ମୁଖା ଖୋଲିଦେଇଛି ଭାରତ। ଏଣୁ ଗୋଟିଏ ପଟେ ବିଶ୍ୱବଜାରରେ ଚୀନ୍ ସାମଗ୍ରୀର ଚାହିଦା ହ୍ରାସ ହୋଇଥିବା ବେଳେ ସାମଗ୍ରୀ ଉପରେ କଟକଣା ଚାହିଦା ହ୍ରାସ କରିବାରେ ଲାଗିଛି।  ଏଣୁ ନିର୍ମାତା ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଚୀନ୍‌ ପର୍ଚେଜ୍ ମ୍ୟାନେଜର୍ସ ଇଣ୍ଡକ୍ସ (ପିଏମଆଇ)ରୁ ଏହା ଜଣାପଡିଛି।

କରୋନା ପ୍ରଭାବ ହ୍ରାସ ଯୋଗୁ ମେ ମାସରେ ଦେଶର ପିଏମଆଇ ୫୦.୬ ପ୍ରତିଶତ ଥିଲା। ଜୁନରେ ଏହା ବଢିବ ବୋଲି ଆଶା କରାଯାଉଥିବା ବେଳେ ୫୦.୪ ପର୍ଯ୍ୟନ୍ତ ହୋଇପାରେ ବୋଲି ଏବେ ଆକଳନ କରାଯାଉଛି। ଯଦି ଦେଶର ପିଏମଆଇ ୫୦ ପ୍ରତିଶତ ଉପରକୁ ଉଠେ ତେବେ ଏଥିରୁ ଉତ୍ପାଦନ ମାତ୍ରା ଠିକ୍ ଠାକ୍ ଥିବାର ଅନୁମାନ କରାଯାଏ। ହ୍ରାସ ଅର୍ଥାତ ଉତ୍ପାଦନ ବନ୍ଦ ବା ସାମାନ୍ୟ ଉତ୍ପାଦନ ଆଡକୁ ନିର୍ଦ୍ଦେଶ କରୁଛି।

ଉହାନରୁ ସରକାର ଏପ୍ରିଲ ମାସରେ ଲକଡାଉନ୍‌ ହଟାଇଦେଇଥିଲେ। ଏଣୁ ବନ୍ଦ ହୋଇଯାଇଥିବା କାରବାର ମେ ମାସ ବେଳକୁ ପୁଣି ଆରମ୍ଭ ହୋଇଯାଇଥିଲା। ହେଲେ ଜୁନ ମଝି ସପ୍ତାହ ବେଳକୁ ସୀମାରେ ଭାରତ ସହ ଉତ୍ତେଜନା ଯୋଗୁ ଶେଷ ସପ୍ତାହ ବେଳକୁ ଖସିବାରେ ଲାଗିଥିଲା। ଚୀନ୍‌ର ରପ୍ତାନୀ ଜୁନରେ ୩.୩ ପ୍ରତିଶତ ହ୍ରାସ ହୋଇଛି। ହେଲେ ବିଭିନ୍ନ ଦେଶରେ ପରିସ୍ଥିତି ସୁଧାର ପରେ ମଧ୍ୟ ଚାହିଦା ନଥିବାରୁ ରପ୍ତାନୀ ଏବେବି ଧିମା ରହିଛି।

ତଥାପି ପରିସ୍ଥିତି ସୁଧାର ଲାଗି ନିଆଯାଇଥିବା ପଦକ୍ଷେପ ବେଶି ସମୟ ତିଷ୍ଠି ରହି ନପାରେ ବୋଲି ୟିଂଗଦା ସିକ୍ୟୁରିଟିଜର ୟଂହାଙ୍ଗ କହିଛନ୍ତି।

Leave a Reply

Your email address will not be published. Required fields are marked *