ସାଟେଲାଇଟ୍ ଫଟୋରେ ଖୁଲାସା: ଗଲୱାନରେ ୪୨୩ ମିଟର ଭାରତୀୟ ଅଞ୍ଚଳ ଭିତରକୁ ପଶିଆସିଛି ଚୀନ୍

ନୂଆଦିଲ୍ଲୀ:-ଗଲୱାନ୍ ଘାଟିରେ ଚୀନ୍ ସେନା ଭାରତୀୟ କ୍ଷେତ୍ରରେ ୪୨୩ ମିଟର ଭିତରକୁ ଅନୁପ୍ରବେଶ କରିଛି । ୨୫ ଜୁନରେ ମିଳିଥିବା ହାଇ ରିଜୋଲ୍ୟୁସନ ସାଟେଲାଇଟ୍ ଫଟୋରେ ଭାରତୀୟ କ୍ଷେତ୍ରର ଏହି ୪୨୩ ମିଟର ଅଞ୍ଚଳରେ ଚାଇନାର ୧୬ ଟେଣ୍ଟ, ଏକ ବଡ ସେଲ୍ଟର, ଅତିକମରେ ୧୪ ଗାଡି ନଜର ଆସୁଛି ।

୧୯୬୦-୬୧ ରେ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ପବ୍ଲିଶ୍ କରାଯାଇଥିବା ଡକ୍ୟୁମେଣ୍ଟ୍ସରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଭାରତ ପଚାରିଥିବା ପ୍ରଶ୍ନରେ ଚୀନର ଜବାବ ଲିଖିତ ଭାବେ ରହିଛି । କିଛି ଉଚ୍ଚସ୍ଥାନ ଓ ସ୍ପେଶାଲ ଭିଜିଟ୍ ଲୋକେସନକୁ ନେଇ ଭାରତୀୟ ପ୍ରଶ୍ନର ଜବାବରେ ଚୀନୀ ପକ୍ଷ ନିଜ ବିଶିଷ୍ଟ କୋଅର୍ଡିନେଟ୍ସର ଏକ ଶୃଙ୍ଖଳା ସୂଚୀବଦ୍ଧ କରିଥିଲା ଯେଉଁଥିରେ ଗାଲୱାନ୍ ନଦୀ କ୍ଷେତ୍ର ମଧ୍ୟ ସାମିଲ । ତଦନୁସାରେ ଅଲାଇନମେଣ୍ଟ ପରେ ୨ ଗିରିଶୃଙ୍ଗ ଉପରେ ଯାତ୍ରା କରିବା ପରେ ଏହି ପର୍ବତ ସହିତ ଦକ୍ଷିଣରେ ସେ ଲଙ୍ଗିଚ୍ୟୁଟ୍ ୭୮ଡିଗ୍ରୀ  ୧୩ ପୂର୍ବ, ଲାଟିଚ୍ୟୁଟ୍ ୩୪ଡିଗ୍ରୀ ୪୬ ଉତ୍ତରରେ ଗଲୱାନ୍ ନଦୀ ପାର କରିଥିଲା ।

ଗୁଗୁଲ୍ ଆର୍ଥ ପ୍ରୋରେ ଏହି କୋର୍ଡିନେଟ୍ ଗୁଡିକ ଗାଲଭାନ୍ ଘାଟିରେ ଏହି ଲାଇନର ସଠିକ୍ ସ୍ଥାନ ସହଜରେ ଦେଖାଯାଏ । ଏହି କୋଅର୍ଡିନେଟ୍ସର ଠିକ୍ ଉତ୍ତରରେ ଥିବା ଅଞ୍ଚଳ ଭାରତୀୟ ଅଞ୍ଚଳ ହେବା ଉଚିତ୍ । କିନ୍ତୁ ସାଟେଲାଇଟ୍ ଫଟୋ ସ୍ପଷ୍ଟ କହୁଛି ଯେ ଏହା ଏକ ଅନୁପ୍ରବେଶ । ଗୁଗଲ ଅର୍ଥ ପ୍ରୋରେ ଥିବା ମେଜରମେଣ୍ଟ ଟୁଲ୍‌ ଇସାରା କରୁଛି ଯେ, ଚୀନ ଗଲଓ୍ଵାନ ନଦୀ କୂଳ ସହିତ ନିଜ ଦାବିଠୁ ଉତ୍ତରରେ ଆହୁରି ୪୨୩ କିଲୋମିଟର ଭାରତୀୟ ଅଞ୍ଚଳକୁ ପଶି ଆସିଛି।

ପୂର୍ବତନ ବୈଦେଶିକ ସଚିବ ନିରୁପମା ରାଓ କହିଛନ୍ତି, ଚୀନ ବିସ୍ତାରବାଦୀ ନୀତି ଆପଣେଇଛି। ନିଜର ଦାବିଠୁ ଢେର ଭିତରକୁ ଚୀନ ଅନୁପ୍ରବେଶ କରିଛି। ଅଧିକାରୀ ଆଲୋଚନାରେ ମଧ୍ୟ ଅନୁପ୍ରବେଶ କରିଥିବା ଇଲାକାକୁ ଭାରତର ବୋଲି ଦର୍ଶାଯାଇଥିଲା। ନିଜ କାର୍ଯ୍ୟକାଳ ସମୟରେ ନିରୂପମା ରାଓ ଭାରତ-ଚୀନ ସୀମା ବାର୍ତ୍ତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ରବିବାର ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଚୀନର ନାମ ନନେଇ କହିଥିଲେ ଯେ, ଲଦାଖରେ ଭାରତ ଆଡକୁ ଆଖି ଉଠାଉଥିବା ଲୋକଙ୍କୁ ଦୃଢ ଜବାବ ମିଳିଛି। ଭାରତ ମିତ୍ରତା ନିଭାଇବା ଜାଣିଛି ଏବଂ ଆଖିରେ ଆଖି ମିଶାଇ ଜବାବ ଦେବା ମଧ୍ୟ ଜାଣିଛି। ଜୁନ ୨୭ରେ ଚୀନରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ କହିଥିଲେ, ଏହି ପ୍ରସଙ୍ଗର ସମାଧାନ ଆମ ଦୃଷ୍ଟିକୋଣରୁ ବହୁତ ସରଳ। ଚୀନ ପକ୍ଷଙ୍କୁ ଭାରତୀୟ ସୈନିକଙ୍କ ସାଧାରଣ ପାଟ୍ରୋଲିଂରେ ବାଧା ଦେବାର କୌଣସି ଆବଶ୍ୟକତା ନାହିଁ।

ଜୁନ ୧୫ରେ ୫୩ ବର୍ଷରେ ପ୍ରଥମ ଥର ଭାରତୀୟ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ।

Leave a Reply

Your email address will not be published. Required fields are marked *