ଖୁବ ଶୀଘ୍ର ଭାରତକୁ ମିଳିବ ରାଫେଲ ବିମାନ, ଜୁଲାଇ ଶେଷ ସୁଦ୍ଧା ୪ରୁ ୬ଟି ରାଫେଲ ଯୋଗାଇବ ଫ୍ରାନ୍ସ,
ନୂଆଦିଲ୍ଲୀ:-ଖୁବ ଶୀଘ୍ର ଭାରତକୁ ମିଳିବ ରାଫେଲ ଯୁଦ୍ଧ ବିମାନ । ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଭାରତକୁ ୪ରୁ ୬ଟି ରାଫେଲ ବିମାନ ମିଳିବ । ୨୦୧୬ରେ ୩୬ଟି ରାଫେଲ ବିମାନ ପାଇଁ ଫ୍ରାନ୍ସ ସହିତ ୫୯ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ଏବଂ ଶୀଘ୍ର ଏହି ରାଫେଲ ଯୁଦ୍ଧ ବିମାନକୁ ଭାରତକୁ ଯୋଗାଇବା ପାଇଁ କହିଥିଲା ଭାରତ । ମେ’ ମାସରେ ଭାରତକୁ ରାଫେଲ ବିମାନ ମିଳିବାର ଥିଲା କିନ୍ତୁ ସାରା ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଏଥିରେ ବିଳମ୍ବ ହୋଇଥିବା କୁହାଯାଉଛି ।
ତେବେ ଗତ ବର୍ଷ ଅକ୍ଟୋବର ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତ କରି ପ୍ରଥମ ରାଫେଲ ଗ୍ରହଣ କରିଥିଲେ । ଏହାପରେ ଶୀଘ୍ରରୁ ଶୀଘ୍ର ଅନ୍ୟ ରାଫେଲ ଯୁଦ୍ଧ ବିମାନ ଗୁଡିକୁ ଭାରତକୁ ଯୋଗାଇବା ବ୍ୟବସ୍ଥା କରିବା ବୋଲି କହିଥିଲା ଫ୍ରାନ୍ସ । ମିଳିଥିବା ସୂଚନା ଅନୁସାରେ ଜୁଲାଇ ୨୭ରେ ଭାରତୀୟ ବାୟୁସେନାର ପାଇଲଟ ମାନେ ଏହି ବିମାନରେ ଆସି ଭାରତରେ ପହଂଚିବେ । ବାୟୁସେନାର ଏହି ପାଇଲଟ ମାନେ ଏଥିପାଇଁ ଫ୍ରାନ୍ସରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ।
ରାଫେଲ ଯୁଦ୍ଧ ବିମାନର ବିଶେଷତ୍ୱ କ’ଣ ରହିଛି? ପଢ଼ନ୍ତୁ
– ଆକଶମାର୍ଗରେ ହିଁ ଶତ୍ରୁ ବିମାନକୁ ଟାର୍ଗେଟ କରିପାରିବ
– ଆକାଶମାର୍ଗରେ ରହି ଭୂପୃଷ୍ଠରେ ଟାର୍ଗେଟକୁ ହିଟ୍ କରିବ
– ଆକାଶମାର୍ଗରୁ ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବାକୁ ସମର୍ଥ
– ଶତ୍ରୁ ବିମାନକୁ ଲୋକେଟ୍ କରିବ ଓ ରାଡାରକୁ ଜାମ୍ କରିଦେବ
– ଆକ୍ରମଣ କରି ଫେରିଆସିବାକୁ ରହିଛି ସ୍ୱତନ୍ତ୍ର ସିଷ୍ଟମ
– ଅଳ୍ପ ଉଚ୍ଚରେ ଉଡି ଅଥବା ଉଚ୍ଚରେ ଥାଇ ଯୁଦ୍ଧ କରିବାକୁ ସମର୍ଥ
– ଲକ୍ଷ୍ୟଭେଦୀ କ୍ଷମତା ୩୭୦୦ କିମି
– ଘଂଟାପ୍ରତି ବେଗ ୧୯୧୨ କିମି
– ପ୍ରଥମ ରାଫେଲ ନିର୍ମାଣ- ୧୯୮୬
– ୨୪.୫ ଟନ ଓଜନ ସହ ଉଡିପାରିବ
– ସ୍କାଲ୍ଫ ମିଜାଇଲ ସଂପନ୍ନ
– ସ୍କାଲ୍ଫର ଲକ୍ଷ୍ୟଭେଦ କ୍ଷମତା-୩୦୦ କିମି