ବାତ୍ୟା ଅମ୍ଫାନ୍ ସୁପର ସାଇକ୍ଲୋନର ରୂପ ନେଇଛି, ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ୍ କମିସନର୍

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ସୁପର ସାଇକ୍ଲୋନର ରୂପ ନେଇଛି ବୋଲି ଆଜି  ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅମ୍ଫାନ୍ ପାରାଦୀପର ଦକ୍ଷିଣକୁ ୭୮୦ କିମି ଦୂରରେ ଅଛି । ଏବେ ଏହା ଘଣ୍ଟାକୁ ୮ କିମି ବେଗରେ ଗତି କରୁଛି। ଆଜି ସଂଧ୍ୟାରେ ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେବ। ଏହି ସମୟରେ ସମୁଦ୍ର ଭିତରେ ୨୩୦ କିମି ଉପରେ ପବନ ବହିବ। ଏହାର ଘଣ୍ଟା ପ୍ରତି ପବନର ବେଗ ୨୬୫ କିଲୋମିଟର ଯାଏଁ ବି ବଢିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି

ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି ଯେ ଏହାର ପ୍ରଭାବରେ ଆଜି ସଂଧ୍ୟାରେ ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ।  ୧୯ ତାରିଖ ସକାଳୁ ଉତ୍ତର ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଖାଲି ସେତିକି ନୁହେଁ, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି। ଏହି ସମୟରେ ବାହାରକୁ ନ ବାହାରିବା ଲାଗି ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *