ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍: ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରିଥିଲେ

ଭୁବନେଶ୍ବର:-ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍। ମାଷ୍ଟର କ୍ୟାଣ୍ଟିନ୍‌ରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରି ପିସିସି ସଭାପତି ୫ ଶହ ଟଙ୍କା ଜରିମାନା ଦେଇଛନ୍ତି। ରାଜ୍ୟ କଂଗ୍ରେସରେ ବର୍ତ୍ତମାନ କନ୍ଦଳ ଚାଲିଛି। କିଛିଦିନ ତଳେ କଂଗ୍ରେସ ବାସ ଭବନରେ ରାଜ୍ୟ ଯୁବକ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମାଜିକ ଦୂରତା ନିୟମ ଉଲଂଘନ କରି ୫ ଶହ ଟଙ୍କା ତଣ୍ଡ ଗଣିଛନ୍ତି। ଏହା ପୂର୍ବରୁ ମଧ୍ୟ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମାଜିକ ଦୂରତା ନିୟମ ଉଲଂଘନ କରି ୧୦୦ ଟଙ୍କା ଫାଇନ୍ ଦେଇଥିଲେ। କୋଭିଡ୍ କଟକଣା ଭିତରେ ନେତା, ଅଭିନେତା ଏବଂ ସାଧାରଣ ଜନତା କେହି ବାଦ ପଡି ନାହାଁନ୍ତି। ଯେଉଁମାନେ କୋଭିଡ-୧୯ ନିୟମ ଉଲଂଘନ କରିଛନ୍ତି, ସେମାନେ ଫାଇନ୍ ଦେଇଛନ୍ତି।

Leave a Reply

Your email address will not be published. Required fields are marked *