କଟକର ବିଭିନ୍ନ ନର୍ସିଂହୋମ୍‌ ଓ କ୍ଲିନିକ୍‌ରେ ସିଏମ୍‌ସିର ଚଢ଼ାଉ:

କଟକ:- ଶୁକ୍ରବାର କଟକର ବିଭିନ୍ନ ନର୍ସିଂହୋମ ଓ କ୍ଲିନିକ୍‌ରେ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଦ୍ଵାରା ଚଢାଉ ଜାରି ରହିଛି। କୋଭିଡ-୧୯ ନିୟମ ସଠିକ୍ ରୂପେ  ପାଳନ କରାଯାଉଛି କି ନାହିଁ, ଏନେଇ ଭୁବନେଶ୍ବରରେ ବିଏମ୍‌ସି ଏବଂ କଟକରେ ସିଏମ୍‌ସି ପୁରା ଆକ୍ସନ ମୋଡ୍‌ରେ ଆସିଛନ୍ତି।  ଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲରେ ସାମାଜିକା ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜ୍‌ ଉପ​‌ରେ ବିଏମ୍‌ସି ଏବଂ ସିଏମ୍‌ସି ଗୁରୁତ୍ବ ଦେଉଛନ୍ତି। ସେହିପରି କଟକ ହରିହର କ୍ୟାନସର ହସ୍ପିଟାଲରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଏହା ବ୍ୟତୀତ ମଞ୍ଚେଶ୍ଵରରେ ଥିବା BLUE WHELE ମେଡିକାଲ କୋଭିଡ-୧୯ ନିୟମକୁ ଉଲଂଘନ କରିବା ପରେ ମେଡିକାଲକୁ ସମ୍ପୂର୍ଣ୍ଣ ସିଲ୍‌ କରିଥିଲା ବିଏମସି ।  ଗୁରୁବାର କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ରାଜଧାନୀର କିଛି ହସ୍ପିଟାଲ ସେ ନେଇ ବିଏମସି ପକ୍ଷରୁ ବହୁ ହସ୍ପିଟାଲରେ ଯାଞ୍ଚ କରାଯାଇଥିଲା।

ଠିକ୍ ଭାବରେ ସାନିଟାଇଜ ହେଉଛି କି ନାହିଁ, ସାମାଜିକ ଦୂରତା, ମାସ୍କ , ମେଡିକାଲକୁ ପ୍ରବେଶ କରିବା ବେଳେ ସ୍କାନିଂ ହେଉଛି କି ନାହିଁ ତା ସହ ଅଳ୍ପ କର୍ମଚାରୀଙ୍କୁ ନେଇ ଡ୍ୟୁଟି ହେଉଛି କି ନାହିଁ, ଏ ସବୁ ଦେଖିଥିଲେ ବିଏମସି କର୍ମଚାରୀ। ଆପୋଲ, କଳିଙ୍ଗ, ଉସ୍ତି, କର, ନୀଳାଚଳ, ରୁଚିକା, କେୟାର, ମୋହନ ଡାଇବେଟିସ୍ ସେଣ୍ଟର ଭଳି ୧୦ଟି ମେଡିକାଲରେ ଯାଞ୍ଚ କରାଯାଇଛି ।

Leave a Reply

Your email address will not be published. Required fields are marked *