ଦରମା ମାଗିବାରୁ ଡାକ୍ତରଙ୍କୁ ଚାକିରୀରୁ ବାହାର କରିଦିଆଗଲା, ପତ୍ନୀଙ୍କ ସହ ଠେଲାରେ ବିକ୍ରି କରୁଛନ୍ତି ଚା’

କରନାଲ:-ହରିୟାଣାର କରନାଲରେ ସାମନାକୁ ଆସିଛି ଜଣେ ଡାକ୍ତର ରାସ୍ତା କଡରେ ନିଜର ନବବିବାହିତା ପତ୍ନୀଙ୍କ ସହ ଏବେ ଠେଲାଗାଡିରେ ଚା ବିକ୍ରି କରୁଛନ୍ତି। ଡାକ୍ତରଙ୍କ ଅଭିଯୋଗ ଅନୁସାରେ, ସେ ଯେଉଁ ହସ୍ପିଟାଲରେ ଚାକିରୀ କରୁଥିଲେ ସେଠାରେ ଦରମା ମାଗିବାରୁ ଚାକିରୀରୁ ବାହାର କରିଦେଲେ। ପୀଡିତ ଡାକ୍ତର  ଗୌରବ ବର୍ମା ଏକ ଘରୋଇ ହସ୍ପିଟାଲାରେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କୁ ୨ ମାସ ଧରି ଦରମା ଦିଆଯାଇନଥିଲା।  ଦରମା ମାଗିବାରୁ ତାଙ୍କୁ ବଦଳି କରିଦିଆଯାଇଥିଲା, ସେ ଏହାର ବିରୋଧ କରିବାକୁ ସମ୍ପୂର୍ଣ୍ଣ ଭାବରେ ଚାକିରୀରୁ  ବାହାର କରିଦେଇଥିଲେ।ଏବେ ଡାକ୍ତର ଜଣକ ନିଜର ହସ୍ପିଟାଲ ପୋଷାକ ପିନ୍ଧି କରନାଲ ସେକ୍ଟର-୧୩ରେ ଏକ ଠେଲା ଗାଡିରେ ନିଜ ପତ୍ନୀଙ୍କ ସହ ଚା’ ବିକ୍ରି କରୁଛନ୍ତି।  ଡାକ୍ତର ଜଣକ ସେ କାମ କରୁଥିବା ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ସେ କମ୍ପାନୀର ମୁଖ୍ୟାଳୟରେ ଏ ସମ୍ପର୍କରେ ଆଲୋଚନା କରିଥିଲେ, କିନ୍ତୁ ତାଙ୍କର କଥା କେହି ଶୁଣିନଥିଲେ। ଶେଷରେ ବାଧ୍ୟ ହୋଇ ଏବେ ହସ୍ପିଟାଲ ସାମନାରେ ସେ ଠେଲା ଗାଡିରେ ଚା’ ବିକ୍ରି କରୁଛନ୍ତି।ସିଭିଲ ସର୍ଜନ ଡାକ୍ତର ଅଶ୍ବିନୀ ଆହୁଜା କହିଛନ୍ତି, ତାଙ୍କ ପାଖରେ ଏ ସମ୍ପର୍କିତ ଅଭିଯୋଗ ଆସିଛି। ଏବେ କିଛି କହିବା ଠିକ୍ ହେବନି ତଦନ୍ତ ପରେ ଏ ବିଷୟରେ ସ୍ପଷ୍ଟ କରିପାରିବି। ହସ୍ପିଟାଲର କରନାଲ ୟୁନିଟର ହେଡ୍ ଏହି ମାମଲାରେ ସଫେଇ ଦେଇ କହିଛନ୍ତି ଲକଡାଉନ୍ କାରଣରୁ ସାଲାରୀ ଦେବାରେ ଅସୁବିଧା ହୋଇପାରେ।  ଡାକ୍ତର ଗୌରବ ଯେଉଁ ଷ୍ଟେଟମେଣ୍ଟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ସେ ବହୁ ବେଆଇନ କାମ କରିଥିବାର ଜଣାପଡିଛି, ଯେଉଁ କାରଣରୁ ତାଙ୍କୁ ୩-୪ଟି ନୋଟିସ୍ ଜାରି କରାଯାଇ ଚେତାବନୀ ଦିଆଯାଇଛି। କମ୍ପାନୀର ସିନିୟର ଅଧିକାରୀ ତାଙ୍କୁ ଦେଖା କରିବାକୁ ଯାଇଥିଲେ, କିନ୍ତୁ ଡାକ୍ତର ଗୌରବ ଶର୍ମା ଦେଖା କରିବାକୁ ମନା କରିଦେଇଛନ୍ତି। ଯଦି ତାଙ୍କୁ କୌଣସି ଅସୁବିଧା ନହୁଏ ତେବେ ଏହି ମାମଲାରେ ଆଲୋଚନା କରି ସମାଧାନ କରିହେବ।

Leave a Reply

Your email address will not be published. Required fields are marked *