ଏହି ୩ଟି କମ୍ପାନୀର ମାଲିକ ଥିଲେ ସୁଶାନ୍ତ ସିଂ ରାଜପୁତ,
ଅଭିନେତା ସୁଶାନ୍ତ ନିଜ ଘରେ ଫାଶୀ ହୋଇ ଆତ୍ମ ହତ୍ୟା କରିଥିଲେ, ଏହା ପରେ ସମସ୍ତେ ତାଙ୍କୁ ସୋସିଆଲ ମିଡିଆରେ ଫୋଟୋ ଏବଂ ଭିଡିଓ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସମସ୍ତେ ସୁଶାନ୍ତଙ୍କ ପାଇଁ ଦୁଃଖିତ, ତାଙ୍କ ଭଳି ଯୁବ ତଥା ପ୍ରତିଭାବାନ ଅଭିନେତା ଙ୍କ ଏଭଳି କରିବା ସମସ୍ତ ଙ୍କ ପାଇଁ ଆଶ୍ଚର୍ଯ୍ୟ ର ବିଷୟ ହୋଇଛି। ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ, ଏପରି ପଦକ୍ଷେପ ନେବା ପଛରେ କାରଣ କଣ ରହିଛି ସେ ବିଷୟରେ ପୋଲିସ ତଦନ୍ତ କରୁଛି।ଚଳଚ୍ଚିତ୍ର ପୂର୍ବରୁ ସୁଶାନ୍ତଙ୍କ ଟେକ୍ନୋଲୋଜି ପ୍ରତି ଆଗ୍ରହ ଥିଲା, ସେ ସ୍ପେସ୍ ଏବଂ ବିଜ୍ଞାନକୁ ମଧ୍ୟ ଭଲ ପାଉଥିଲେ, କିନ୍ତୁ ଆପଣ ଜାଣନ୍ତି କି ସୁଶାନ୍ତ 3 ଟି କମ୍ପାନୀର ମାଲିକ ଥିଲେ? ସୂତ୍ର ଅନୁଯାୟୀ, ସୁଶାନ୍ତ ଜଣେ ଉଦ୍ୟୋଗୀ ଭାବେ ନିଜର ସ୍ୱପ୍ନ ଆରମ୍ଭ କରିଥିଲେ ଏବଂ ତାକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରି ଥିଲେ|
2018 ରେ ସୁଶାନ୍ତ ତାଙ୍କର ପ୍ରଥମ କମ୍ପାନୀ ଖୋଲିଥିଲେ ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଭର୍ଚୁଆଲ୍ ରିଅଲିଟି ଏବଂ ଅଗମେଣ୍ଟେଡ୍ ରିଏଲିଟି ଉପରେ କାମ କରିଥିଲା | ତାଙ୍କର ଦ୍ୱିତୀୟ କମ୍ପାନୀର ନାମ ଭିଭିଡ୍ରେଜ୍ ରେହଲିକ୍ସ(Vividrage Rhealityx) ଯାହା ସେ ରିୟାଙ୍କ ନାମରେ ନାମିତ କରିଥିଲେ, ମିକ୍ସଡ୍ ରୟାଲିଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଏହା କାର୍ଯ୍ୟ କରୁ ଥିଲା।
ସୁଶାନ୍ତଙ୍କ ତୃତୀୟ କମ୍ପାନୀ, ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ଶିକ୍ଷା ଅନୁସନ୍ଧାନ, ଇଣ୍ଟରଲେକଚୁଆଲ ପ୍ରପର୍ଟି ଉପରେ କାମ କରେ,ଆପଣଙ୍କୁ କହି ଦବୁ ଯେ ସୁଶାନ୍ତଙ୍କ ମାମଲାରେ ପୋଲିସ ଏପର୍ଯ୍ୟନ୍ତ 13 ଜଣଙ୍କୁ ପଚରାଉଚରା କରିଛି ଏବଂ ନିକଟରେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ପଚରାଉଚରା ବେଳେ ସେମାନଙ୍କୁ ଅନେକ ତଥ୍ୟ ମିଳିଛି । ଏହା ଜାଣିବାକୁ ମିଳିଛି ଯେ,ଜୁନ୍ 6 ରେ ସୁଶାନ୍ତ ନିଜେ ରିଆ ଙ୍କୁ ଘରୁ ବାହାରି ଯିବାକୁ କହିଥିଲେ କାରଣ ସେ କିଛି ସମୟ ଏକୁଟିଆ ରହିବାକୁ ଚାହୁଁଥିଲେ, ଏବଂ ସେ ଅବସାଦରେ ଥିଲେ।