ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮ କରୋନା ସଂକ୍ରମିତ, ୮୭୬ରେ ପହଞ୍ଚିଲା

ଭୁବନେଶ୍ବର:-ରବିବାର ରାଜ୍ୟରେ ଆଉ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।ରବିବାର ରାଜ୍ୟରେ  ୯୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥି ସହ କରୋନା ମ୍ୟାପରେ ଯୋଡି ହୋଇଛି ଆଉ ଏକ ଜିଲ୍ଲା ସମ୍ବଲପୁର । ବର୍ତ୍ତମାନ ୨୨ ଜିଲ୍ଲାକୁ କବଳିତ କରିସାରିଲାଣି କରୋନା । ରବିବାର  ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଏଥିସହ ଜଣେ ସରପଞ୍ଚ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଭଦ୍ରକ ଜିଲ୍ଲାରୁ ୨୮, ବାଲେଶ୍ବରରେ ୧୭, ଗଞ୍ଜାମରେ ୧୫, କଟକରେ ୧୨, ପୁରୀ ୧୧, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, ସୁନ୍ଦରଗଡ଼, ସମ୍ବଲପୁର ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave a Reply

Your email address will not be published. Required fields are marked *