ସୁପର ସାଇକ୍ଲୋନର ରୂପ ନେଲା ଅମ୍ପାନ୍- ସମୁଦ୍ର ଭିତରେ ଆଗକୁ ବଢୁଛି
ଭୁବନେଶ୍ୱର – ବାତ୍ୟା ଅମ୍ପାନ ସୁପର ସାଇକ୍ଲୋନର ରୂପ ନେଇଛି । ଏବେ ଏହା ବଙ୍ଗୋପ ସାଗର ମଧ୍ୟରେ ଧୀରେ ଧୀରେ ଆଗକୁ ବଢୁଛି । ଅମ୍ପାନ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।
ଏହା ପାରାଦୀପଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଥିବା ବେଳେ ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହେବ । ଏହାପରେ ଏହା ନିଜର ଦଗି ବଦଳାଇ ଉତ୍ତର ଓ ପୂର୍ବ ଦିଗରେ ଗତି କରିବ । ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି ।
୨୦ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ଶକ୍ତି ସଂଗ୍ରହ କରି ଏହା ଭେରି ସିଭିୟର ସାଇକ୍ଲୋନରେ ପରିଣତ ହେବ । ବାତ୍ୟା ପ୍ରଭାବରେ ସୋମବାର ସନ୍ଧ୍ୟାରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହେବ ।ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ସନ୍ଧ୍ୟାରୁ ବର୍ଷା ହେବାର ସମ୍ଭାବନା ରହିଛି ।
ମଙ୍ଗଳବାରରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୦ ତାରିଖ ବୁଧବାରରେ ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି ।