ସାଟେଲାଇଟ୍ ଫଟୋରୁ ଧରିପଡିଲା ଧୋକାବାଜ୍ ଚୀନ୍, ବିବାଦୀୟ ଗଲଓ୍ବାନ ଘାଟିରେ ପୁଣିଥରେ ଟେଣ୍ଟ ଲଗାଇଛି ଡ୍ରାଗନ ସେନା

ନୂଆଦିଲ୍ଲୀ:-ପୂର୍ବ ଲଦାଖର ସୀମାରେ ବିବାଦ ଶେଷ ହେବା ପାଇଁ ଭାରତ-ଚୀନ୍  ସେନା ଓ କୁଟନୈତିକ ସ୍ତରର ଆଲୋଚନା ଜାରି ରଖିଛନ୍ତି। ତେବେ ଏହା ଭିତରେ ଚୀନ କିନ୍ତୁ ନିଜର ପୂର୍ବ ପ୍ରକୃତିକୁ ଛାଡି ପାରିନି।ଏଲଏସି ନିକଟରେ ଥିବା ଗଲଓ୍ବାନ ଘାଟିରେ ଯେଉଁଠି କିଛି ଦିନ ତଳେ ଭାରତ ଓ ଚୀନ ସେନୖକିଙ୍କ ଭିତରେ ସଂଘର୍ଷ ହୋଇଥିଲା ଏବେ ଚୀନ୍ ସେଠାରେ ପୁଣିଥରେ ଟେଣ୍ଟ ଲଗାଇଛି। ଏହି ଟେଣ୍ଟ ଲଗାଇବାକୁ ବିରୋଧ କରି ଭାରତ-ଚୀନ୍ ସୈନିକଙ୍କ ଭିତରେ ସଂଘର୍ଷ ହୋଇଥିଲା। କାରଣ ଭାରତୀୟ ସେନା ଚୀନର ଟେଣ୍ଟ ଓପାଡିକି ଫୋପାଡି ଦେଇଥିଲା।  ଚୀନ୍ କିନ୍ତୁ ଏତେ ସବୁ ଘଟଣା ଓ ବିବାଦ ପରେ ପୁଣିଥରେ ସେଠାରେ ପାଟ୍ରୋଲିଂ ପଏଣ୍ଟ ୧୪ ପାଖରେ ଏକ ମନିଟରିଂ ପୋଷ୍ଟ ତିଆରି କରିଛି।

ଏପରିକି ଚୀନ ଦୌଲତ ବେଗ୍ ଓଲ୍ଡିରେ ପାଟ୍ରୋଲିଂ ପଏଣ୍ଟ ୧୦ରୁ ୧୩ ପର୍ଯ୍ୟନ୍ତ ଭାରତୀୟ ସୈନିକଙ୍କ ରାସ୍ତାରେ ଅବରୋଧ ସୃଷ୍ଟି କରିଛି। ତେବେ ଭାରତର ଯବାନ ମଧ୍ୟ ଚୀନ ସେନାର ଯେ କୌଣସି କାର୍ଯ୍ୟାନୁଷ୍ଠାନକୁ କଡା ଜବାବ୍ ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ

Leave a Reply

Your email address will not be published. Required fields are marked *