ନାବାଳିକାକୁ ଦୁଷ୍କର୍ମ,ଗର୍ଭପାତ ଘଟଣା: ପୀଡିତାଙ୍କ ବୟାନ ରେକର୍ଡ କଲେ ଏସ୍ପି,ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ
ରାଉରକେଲା:-ରାତିଅଧିଆ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ନୂଆ ତଥ୍ୟା ସାମ୍ନାକୁ ଆସିଛି। ଏହି ଘଟଣାରେ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ପୀଡିତାଙ୍କ ସାବତ ବାପାଙ୍କ ନାଁ ମଧ୍ୟ ରହିଛି। ପୀଡିତାଙ୍କ ସାବତ ବାପା ଏକ ବର୍ଷ ହେଲା ତାଙ୍କ ମାଆଙ୍କୁ ଛାଡ଼ି କୁଆଡେ ଚାଲି ଯାଇଛନ୍ତି।ଖାଲି ସେତିକି ନୁହେଁ ତାଙ୍କ ମାଆ ମଧ୍ୟ ଅନ୍ୟ ଏକ ପୁରୁଷ ସହ ଦିଲ୍ଲୀରେ ରହୁଛନ୍ତି। ମିଳିଥିବା ସୂଚନା ଅନୁସାରେ ପୀଡିତା ତାଙ୍କ ଜେଜେ ମାଆଙ୍କ ସହ ଗାଁରେ ରହୁଥିଲେ।
ବେଆଇନ୍ ଭାବେ ପୀଡିତାଙ୍କ ଗର୍ଭପାତ କରାଇଥିବା ଥାନା ଅଧିକାର ଏବଂ ଡାକ୍ତରଙ୍କ ସମେତ ୬ ଜଣ ଏବେ ହରଡ଼ଘଣାରେ ପଡିଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ ଏସ୍ପି ରାଏବଗା ଥାନାରେ ପହଁଞ୍ଚିଥିଲେ। ସେଠାରେ ପହଁଞ୍ଚିବା ପରେ ଘଟଣା ସଂପର୍କରେ ବୁଝିଥିଲେ। ଏହାପରେ ଚାଇଲ୍ଡ ଲାଇନ୍ରେ ଏସ୍ପି ପହଁଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହି ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ଅଧିକ ତତ୍ପର ଦେଖାଇଛନ୍ତି। ସୁନ୍ଦରଗଡ ଏସ୍ପି କହିଛନ୍ତି, ଏହି ଘଟଣାରେ ଯେଉଁମାନେ ବି ସଂପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଏହି ଘଟଣାରେ ଜିଲ୍ଲା କଂଗ୍ରେସ ଥାନା ଘେରାଉ ପାଇଁ ସଜବାଜ ଆରମ୍ଭ କରିଛି।
ରିର୍ପୋଟ୍ ଆଧାରରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ରାଏବଗା ଥାନାରେ ବୀରମିତ୍ରପୁର ଥାନା ଅଧତ୍କାରୀ, ବୀରମିତ୍ରପୁର ଥାନାର ଏସଆଇ, ନାବାଳିକାର ସାବତ ବାପା, ସାବତ ବାପାଙ୍କ ସାଙ୍ଗନାଁରେ ଏତଲା ଦାୟର କରିଥିଲେ। ଏହାପରେ ବି ବେଆଇନ୍ ଭାବେ ଗର୍ଭପାତ କରାଇଥିବା ବୀରମିତ୍ରପୁର ଡାକ୍ତରଖାନାର ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।










