୪ ଦିନ ପାଇଁ ବ୍ରହ୍ମପୁର ସଟ୍‌ଡାଉନ୍‌

ବ୍ରହ୍ମପୁର: -୪ ଦିନ ପାଇଁ ବ୍ରହ୍ମପୁର ସଟ୍‌ଡାଉନ୍ ରହିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଏ ବିଷୟରେ ଘୋଷଣା କରିଛନ୍ତି । ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ କ୍ଷୀର ବଣ୍ଟନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ।

ଆଜି ରାଜ୍ୟରେ ୨୧୦ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ଗଜପତି ଜିଲ୍ଲାରୁ ୨୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ ଜଣ, ଯାଜପୁର ଓ ପୁରୀ ଜିଲ୍ଲାରୁ ୮ଜଣ ଲେଖାଏଁ, ଢ଼େଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ୭ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୬ଜଣ, କେନ୍ଦୁଝର ଓ କଟକ ଜିଲ୍ଲାରୁ ୫ଜଣ ଲେଖାଏଁ, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ, ନବରଙ୍ଗପୁର, ବାଲେଶ୍ବର ଜିଲ୍ଲାରୁ ୨ଜଣ ଲେଖାଏଁ, ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।କରୋନା ଡର ବଢୁଛି । ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ଏହି ଭୟଙ୍କର ଭୂତାଣୁ ।ରାଜ୍ୟରେ ଆଜି ସର୍ବାଧିକ ୧୮ଟି ଜିଲ୍ଲାରୁ ୨୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬ ରୋଗୀ ସ୍ଥାନୀୟ ସଂକ୍ରମିତ। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୬୨କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥି ସହିତ ଅମ୍ଫାନ୍ ପୁନଃରୁଦ୍ଧାର କାମ ସାରି ପଶ୍ଚିମବଙ୍ଗରୁ ଫେରିଥିବା ଏନ୍‌ଡିଆର୍‌ଏଫ ୬ ଜଣ ଯବାନ ସଂକ୍ରମିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *