ବିହାରରେ ବଜ୍ରାଘାତ ବିପର୍ଯ୍ୟୟ: ବିଭିନ୍ନ ସ୍ଥାନରେ ୮୩ ମୃତ,

ପାଟନା :-ବିହାରରେ ବଜ୍ରପାତ ବିପର୍ଯ୍ୟୟ । ଗୁରୁବାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ଏପର୍ଯ୍ୟନ୍ତ ୮୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରୁ ଅନେକ ପୋଡିଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ବର୍ଷା ସାଙ୍ଗକୁ ଝଡତୋଫାନ ଓ ବଜ୍ରପାତରେ ୨୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ବଜ୍ରପାତ ଯୋଗୁ କେଉଁଠି ଗୋଟିଏ ପରିବାରର ସଦସ୍ୟମାନଙ୍କର ମୃତ୍ୟୁ ହୋଇଥିବା ବେଳେ ବିଲବାଡିକୁ ଖେତ କାମ କରିବାକୁ ଯାଇ ଅନେକ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

ଦୀର୍ଘ ଗ୍ରୀଷ୍ମ ପରେ ରାଜ୍ୟରେ ପ୍ରଥମ ବର୍ଷା ବିପର୍ଯ୍ୟୟ ରଚିଛି। ଲୋକଙ୍କୁ ଅସହ୍ୟ ଗ୍ରୀଷ୍ମରୁ ମୁକ୍ତି ମିଳିଥିବା ବେଳେ ଝଡତୋଫାନ ଓ ବଜ୍ରପାତ ସାରା ରାଜ୍ୟରେ ସୋକର ଛାୟା ଖେଳାଇ ଦେଇଛି। ବଜ୍ରପାତରେ ସବୁଠୁ ଅଧିକ ଲୋକେ ଗୋପାଳଗଞ୍ଜରେ ମରିଥିବା ଜଣାପଡିଛି। ଏଠାରେ ମୋଟ ୧୩ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବେଳେ ପୂର୍ବ ଚମ୍ପାରଣରେ ୫, ଶିବାନରେ ୬, ଦରଭଙ୍ଗାରେ ୫, ବାଙ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଗଲପୁରରେ ୬ ଜଣ ପ୍ରାଣ ହରାଇଛନ୍ତି।ସେହିପରି ଖଗଡିଆରେ ୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ମଧୁବନୀରେ ୮, ପଶ୍ଚିମ ଚମ୍ପାରଣରେ ୨, ସମସ୍ତିପୁରରେ ଜଣେ, ଶିବହରରେ ଜଣେ, କିସନଗଞ୍ଜରେ ୨, ସାରଣରେ ୧, ଜାହାନାବାଦରେ ୨, ସୀତାମଢୀରେ ୧, ଜମୁଇରେ ୨, ନବାଦାରେ ୮, ପୂର୍ଣ୍ଣିୟାରେ ୨, ସୁପୌଲରେ ୨, ଔରଙ୍ଗାବାଦରେ ୩, ବକ୍ସରରେ ୨, ମଧେପୁରାରେ ୧ ଓ କୈମୁରରେ ୨ଜଣ ଏହିପରି ଏର୍ଯ୍ୟନ୍ତ ମୋଟ ୮୩ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *