ଏଣିକି ଗ୍ରାହକ ପେଟ୍ରୋଲ ପମ୍ପରେ ନିଜ ଗାଡିରେ ନିଜେ ଭରିବେ ଫ୍ୟୁଲ୍

ନୂଆଦିଲ୍ଲୀ:-କରୋନା ଭାଇରସ ଆସିବା ପରେ ଦେଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏମିତି ଏକ ପରିବର୍ତ୍ତନ ଆପଣଙ୍କୁ ପେଟ୍ରୋଲ ପମ୍ପରେ ମଧ୍ୟ ଦେଖିବାକୁ ମିଳିପାରେ । ସାଧାରଣତଃ ଯେତେବେଳେ ଆପଣ କୌଣସି ଫ୍ୟୁଲ୍ ଷ୍ଟେସନକୁ ଯାଆନ୍ତି ତେବେ ସେଠାରେ ଥିବା କର୍ମଚାରୀ ଆପଣଙ୍କ ଗାଡିରେ ପେଟ୍ରୋଲ ଭରନ୍ତି । କିନ୍ତୁ ପୁଣେରେ ଏମିତି ଏକ ପେଟ୍ରୋଲ ପମ୍ପ ଖୋଲାଯାଇଛି ଯେଉଁଠି ଆପଣଙ୍କୁ ଏମିତି ଦେଖିବାକୁ ମିଳିବନି । ଏଠାରେ ଆପଣ ନିଜେ ଆତ୍ମନିର୍ଭର ହୋଇ ପେଟ୍ରୋଲ ଭରିବେ ।

ଏଠାରେ ଗ୍ରାହକଙ୍କୁ ନିଜେ ନିଜ ଗାଡିରେ ପେଟ୍ରୋଲ ଭରିବାକୁ ପଡୁଛି । ପ୍ରଥମେ ସେମାନଙ୍କୁ ନିଜ ହାତ ସାନିଟାଇଜ୍ କରିବାକୁ ପଡୁଛି । ପେଟ୍ରୋଲ ପମ୍ପ ମାଲିକ କୁହନ୍ତି କି ସେ ମୋଦିଙ୍କ ଆତ୍ମନିର୍ଭରରୁ ହିଁ ଏହି ପ୍ରେରଣା ପାଇଛନ୍ତି ।

କେମିତି କାମ କରେ ଏହି ପେଟ୍ରୋଲ ପମ୍ପ
*ପ୍ରଥମେ ଗ୍ରାହକମାନଙ୍କୁ ହାତ ସଫା କରିବାକୁ ପଡିବ
*ତା’ପରେ କେତେ ପେଟ୍ରୋଲ ଭରିବେ ସେହି ନମ୍ବର ଏଣ୍ଟର କରିବାକୁ ପଡିବ । ଅବଶ୍ୟ ଜଣେ କର୍ମଚାରୀ ଆପଣଙ୍କୁ ସାହାଯ୍ୟ କରିବାକୁ ପମ୍ପରେ ବସିଥିବ ।
*ନୋଜେଲ୍ ନିଅନ୍ତୁ, ମିଟର ଜିରୋରେ ଅଛି କି ନାହିଁ ଚେକ୍ କରନ୍ତୁ । ନୋଜେଲର ଲିଭର ଉଠାନ୍ତୁ, ଏହା ପରେ ଲିଭର ତଳେ ଏକ ଲକ୍ ଥାଏ ଯାହାକୁ ଦବାଇଲେ ଇନ୍ଧନ ପ୍ରବାହିତ ହୋଇଥାଏ ।
*ପେଟ୍ରୋଲ ଭରିବା ପରେ ଏହା ଅଟୋମେଟିକ୍ ଭାବରେ ବନ୍ଦ ହୋଇଯାଏ ।
*ନୋଜେଲକୁ ଟ୍ୟାଙ୍କ ପାଖରୁ ବାହାର କରନ୍ତୁ । ଏବଂ ତା ଷ୍ଟାଣ୍ଡରେ ଥୋଇ ଦିଅନ୍ତୁ ।

ଏହି ଅଭିଯାନ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଲୋକେ କହୁଛନ୍ତି କି ଯଦି ପେଟ୍ରୋଲ ପମ୍ପରେ କର୍ମଚାରୀ ନାହାଁନ୍ତି କିମ୍ବା କମ୍ ଅଛନ୍ତି ତେବେ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବନି । ଏହି ଅଭିଯାନର ଏକ ଫାଇଦା ଏହା ଯେ ଲୋକମାନେ କମ୍ ପେଟ୍ରୋଲ ଦେଉଥିବା ଅଭିଯୋଗ କରନ୍ତି । ଏଥିରେ ଆପଣ ନିଜେ ମେସିନକୁ ପ୍ରି-ସେଟ୍ କରି ପେଟ୍ରୋଲ ଭରିପାରିବେ । କମ୍-କିମ୍ବା ଅଧିକ ହେବାର ସମ୍ଭାବନା ନାହିଁ ।

Leave a Reply

Your email address will not be published. Required fields are marked *