ଶେଷରେ ପଛକୁ ହଟିଲା ଚୀନ୍ ସେନା

ଲଦାଖ:-ଗଲୱାନ୍ ଘାଟିରେ ଭାରତ ଚୀନ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ଧିରେ ଧିରେ କମିବାରେ ଲାଗିଛି । ଯେଉଁଠାରେ ଦୁଇ ଦେଶରର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ସେହି ସ୍ଥାନରୁ ଆଜି ଚୀନ୍‌ ସେନା ପାଖାପାଖି ଏକ କିଲୋମିଟର ଦୂର ହଟିଯାଇଥିବା ସାଟେଲାଇଟ୍ ଚିତ୍ରରୁ ଜଣା ପଡିଛି । ସେପଟେ ଅନ୍ୟ କେତେକ ସୁତ୍ରରୁ ଜଣାପଡିଛି ଚୀନ୍‌ ଏଣେ କଥାବାର୍ତ୍ତା ଜାରି ରଖିଛି ସେପଟେ ସୀମାରେ ସୈନ୍ୟ ଠୁଳ ଅଭ୍ୟାସ ଛାଡ଼ିନି।

ଶେଷରେ ପଛକୁ ହଟିଲା ଚୀନ୍ ସେନା । ପୂର୍ବ ଲଦାଖ ଗଲୱାନ୍ ଘାଟିରେ ଚୀନ୍‌ ସେନା ପାଖାପାଖି ଏକ କିଲୋମିଟର ପଛକୁ ହଟିଥିବା କୁହାଯାଉଛି । ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ସେହି ସ୍ଥାନରୁ ତାର ଯାନବାହାନ ହଟାଇଛି ଚୀନ୍‌ । ଗଲୱାନ୍ ଘାଟିରେ ମଧ୍ୟ ଚୀନ ତାର ସେନା ସଂଖ୍ୟା କମ୍‌ କରିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡୁଛି । ପ୍ରଥମ ଥର ପାଇଁ ଚୀନ ସେନା ପଛକୁ ହଟିଥିବା କୁହାଯାଉଛି । ଅନ୍ୟ କେତେକ ସୁତ୍ରରୁ ଜଣା ପଡିଛି ଯେ ଏପଟେ ଭାରତ ଚୀନ୍ କଥାବାର୍ତ୍ତା ଜାରି ରହିଥିବା ବେଳେ ସେପଟେ ସୀମାରେ ଚୀନ୍‌ ସୈନିକ ଠୁଳ କରିବାରେ ଲାଗିଛି। ଗଲୱାନ୍ ସହିତ ଦୌଲତବେଗ ଓଲଡି ଅଞ୍ଚଳରେ ଚୀନ ସ୍ଥାୟୀ ବଙ୍କର ନିର୍ମାଣ କରୁଛି ।

ଭାରଚ-ଚୀନ ସୀମାର କେତେକ ସ୍ଥାନରେ ଚୀନ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହ ରହିଛି । ସୀମାରେ ଚୀନ ସେନା ସଂଖ୍ୟା ୧୦ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି । ସେହିଭଳି ଭାରତ ଓ ଚୀନ୍ ମଧ୍ୟରେ ଲାଗିଥିବା ବିବାଦକୁ ଦେଖି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି ଦୁଇ ଦେଶ ମଧ୍ୟରେ ଲାଗିଥିବା ବିବାଦ ବେଶ ଚିନ୍ତାଜନକ । ଉଭୟ କଥାବାର୍ତ୍ତା ମଧ୍ୟରେ ଏହାର ସମାଧାନ କରିବାକୁ ସେ ଅହ୍ବାନ ଦେଇଛନ୍ତି । ଉଭୟ ଦେଶର ସ୍ଥିତି ଉପରେ ବ୍ରିଟେନ୍‌ ନଜର ରଖିଥିବା କହିଛନ୍ତି ।

ସେପଟେ ଚୀନ ଭାରତ ବିବାଦକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନ ବାଜି ବି କିଛି କମ୍‌ ନୁହେଁ । ଉଭୟ ପରସ୍ପରକୁ ଘେରିବାକୁ ଲାଗିଛନ୍ତି । ଆଜି କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମନିଳନୀ କରି କହିଛନ୍ତି କଂଗ୍ରେସ ଚୀନ ଆଗରେ ନତମସ୍ତକ ହୋଇଛି । କାରଣ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌କୁ ଚୀନ୍‌ରୁ ଡୋନେସନ୍‌ ମିଳୁଛି । ଯାହାର କଡା ଜବାବ ଦେଇଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *