ଭାରତ-ନେପାଳ ସୀମା କଳିରେ ଚୀନ ଚାହୁଁଛି ଫାଇଦା

ପାଟନା:-ଭାରତ-ନେପାଳ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ନେପାଳ ପଶ୍ଚିମ ଚମ୍ପାଚରଣର ସୀତାମଢି ପର୍ଯ୍ୟନ୍ତ ସୀମାରେ ନିଜର ଗତିବିଧି ବଢାଇ ଦେଇଛି। ନେପାଳ-ଭାରତ ସୀମା ବିବାଦର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ଚୀନ। ଏହି କ୍ରମରେ ନେପାଳରେ ରହୁଥିବା ଚୀନୀ ନାଗରିକ ଓ ଅଧିକାରୀ ନେପାଳ-ଭାରତ ବର୍ଡରରେ ଭାରତର ଗୁଇନ୍ଦାଗିରି କରୁଛନ୍ତି। ବର୍ଡରରେ ଅନେକ ଥର ଚୀନୀ ନାଗରିକଙ୍କୁ ବିନା କାରଣରେ ବୁଲୁଥିବା ଭାରତୀୟ ଏସଏସବିର ଯବାନ ଦେଖିଛନ୍ତି। ଏହି ସୂଚନା ମିଳିବାପରେ ବିହାରର ଅନେକ  ଜିଲ୍ଲା ସହିତ ଲାଗି ରହିଥିବା ନେପାଳ-ଭାରତ ସୀମାରେ ଏସଏସବି ଯବାନଙ୍କୁ ଆଲର୍ଟ କରାଯାଇଛି।

ଏସଏସବି ଡିଆଇଜି କହିଛନ୍ତି ଅରରିଆ ଓ ସୁପୋଲ ଜିଲ୍ଲାର ୫୨ ଚେକପୋଷ୍ଟରେ ସୁରକ୍ଷା କଡାକଡି କରାଯାଇଛି। ସୀମାରେ ତନ୍ନ ତନ୍ନ କରି ଦିନରାତି ନଜର ରଖାଯାଉଛି। ଅନ୍ୟପଟେ ସୀତାମଢିର ସୋନରବତାର ଲାଲବନ୍ଦି ବର୍ଡରରେ ଗୁଳିମାଡ ଘଟଣା ପରେ ନେପାଳି ପୋଲିସ ବର୍ଡରରୁ କିଛିଟା ପଛକୁ ହଟି ନିଜ ଯବାନଙ୍କ ସଂଖ୍ୟା ବଢାଇ ଦେଇଛି।

ଏହା ମଧ୍ୟରେ ଏକ ସପ୍ତାହ ଭିତରେ ନେପାଳ କ୍ଷେତ୍ରରେ ଅତିରିକ୍ତ ପୋଷ୍ଟ କରାଯାଇଥିବା ସୂଚନା ମିଳିଛି। ଏସଏସବି କମାଡେଣ୍ଟ କହିଛନ୍ତି, ନେପାଳ ନିଜ ସୀମାରେ ଅତିରିକ୍ତ ସୈନ୍ୟ ଶିବିର ନିର୍ମାଣ କରିଛି। ଫଳରେ ନେପାଳ-ଭାରତ ସୀମାରେ ଭାରତୀୟ ଯବାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଟିଏ ସସ୍ତାହରେ ନେପାଳି ପୋଷ୍ଟରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି। ଏହାକୁ ନେପାଳରେ ନୂତନ ନାଗରିକତା ବିଧେୟକ ପ୍ରସ୍ତୁତକୁ ଯୋଡି ଦେଖାଯାଉଛି। ଗୋଟିଏ ସପ୍ତାହ ପୂର୍ବେ ନେପାଳ ପ୍ରହରୀ ସେମରବାରୀ, ବିସୁନପୁରଭା, ପାଣ୍ଡେପୁର, ବଲୁଆ ଆଦି ଜାଗାରେ ଚୀନ ନିର୍ମିତ ଟେଣ୍ଟ ଲଗାଇଥିଲା। ପରେ ଏହାକୁ ହଟାଇ ଦିଆଯାଇଥିଲା।

କୁହାଯାଉଛି ଯେ, ଚୀନ ନେପାଳରେ ମୋରଙ୍ଗ, ସୁନସରୀ, ସପ୍ତରୀ ସମେତ ଅନେକ ଜିଲ୍ଲାରେ ୮୫ଟି ନୂତନ  ଚେକ ପୋଷ୍ଟ କରିଛି। ଅନେକ ନିର୍ମାଣ ମଧ୍ୟ ଜାରି  ରହିଛି। ଏହାର ଉଦ୍ଦେଶ୍ୟ ଭାରତ ସୀମାରେ ଗୁଇନ୍ଦା ଗିରି କରିବା। ଗୃହ ମନ୍ତ୍ରଣାଳୟର ଆଦେଶକ୍ରମେ ଏସଏସବିର ଯବାନ ଅନେକ ଗୁପ୍ତ ନିର୍ଦ୍ଦେଶ ଅଧିକାରୀଙ୍କୁ ଦେଇଛନ୍ତି।

Leave a Reply

Your email address will not be published. Required fields are marked *