ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଫାଣ୍ଡି ଘେରିଲେ ଶତାଧିକ ଲୋକେ,

ବାଲେଶ୍ଵର:-ବାଲେଶ୍ଵର ଜିଲ୍ଲା ନୀଳଗିରି ସବ ଜେଲରେ ଜଣେ ବିଚାରଧୀନ କଏଦୀ ହଠାତ ଗୁରୁତର ହେବାରୁ ତାଙ୍କୁ ରବିବାର ରାତିରେ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା।ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ପ୍ରତିବାଦରେ ଆଜି ଅଯୋଧ୍ୟା ଫାଣ୍ଡିକୁ ମୃତକଙ୍କ ପରିବାର ଓ ଶତାଧିକ ଗ୍ରାମବାସୀ ଘେରାଉ କରିଛନ୍ତି । ଏପରିକି ଢେଲା ମାଡ଼ରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ନୀଳଗିରି ଥାନା ଅଧିନ ଅଯୋଧ୍ୟା ବାଲିପାଳ ଶାସନରେ ଜଣେ ଡାକ୍ତରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ବାଲିପାଳ ଶାସନର ବିଦ୍ୟାଧର ପଣ୍ଡାଙ୍କ ପୁଅ ସତ୍ୟରଞ୍ଜନ ପଣ୍ଡା ଜଣେ ଡାକ୍ତର । ସେ ଦୀର୍ଘ ବର୍ଷଧରି ଗାଁ ଛାଡି ସେ ରେମୁଣାସ୍ଥିତ ବାସଭବନରେ ରହିଆସୁଥିଲେ। ୫ ଦିନ ତଳେ ବାଲିପାଳରେ ଥିବା ତାଙ୍କ ପୁରୁଣା ଘରେ ସମସ୍ତ ଆସବାବପତ୍ର, ପାଣି ମୋଟର, ଫ୍ୟାନ ଓ ଅନ୍ୟ ବିଦ୍ୟୁତ ସାମଗ୍ରୀ ,ବାସନ କୁସନ ସବୁ  ଚୋରି ହୋଇଥିବା ଖବର ପାଇ ସେ ଅଯୋଧ୍ୟା ଫାଣ୍ଡିରେ ସେହି ଅଂଚଳର ମାଗା ସିଂ, ନର ସିଂ ଙ୍କ ସନ୍ଦେହ କରି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଏହି ଦୁଇ ଜଣଙ୍କ ସମତ ଦିଲ୍ଲୀପ ସିଂଙ୍କୁ ଫାଣ୍ଡିରେ ଅଟକ ରଖିବା ସହ ଚୋରି ସାମଗ୍ରୀ ଜବତ କରାଯାଇଥିଲା। ପରେ ଚୋରି ଅଭିଯୋଗରେ ଅଟକ ତିନିଜଣଙ୍କ ସମେତ ନରହରି ସିଂ ଓ ବାଇଧର ମାଝୀ ଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିଲା ।ପରେ ସେମାନଙ୍କୁ ବିଚାରବିଭାଗୀୟ ଜେଲକୁ ପଠାଇ ଦିଆଯାଇଥିଲା। ରବିବାର ରାତି ୯ ଟା ସମୟରେ ପ୍ରତାପପୁର ଗ୍ରାମର ରାଜୁ ଓରଫ ମାଗା ସିଂ ହଠାତ ଗୁରୁତର ହୋଇପଡିଥିଲେ। ବାତ ଭଳି ରୋଗ ବାହାରିବାରୁ  ତାଙ୍କୁ ଜେଲ କତ୍ତୃପକ୍ଷ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ଜଣାପଡିଛି। ବିଚାରଧୀନ କଏଦୀର ମୃତ୍ୟୁ ପରେ ଘଟଣା ବିବାଦ ଆଡକୁ ଯାଉଥିବା ଜଣାପଡିଛି। ମୃତକଙ୍କ ପରିବାର ପୋଷ୍ଟମର୍ଟମ ପାଇଁ ଦସ୍ତଖତ କରିନଥିବାରୁ  ପୋଷ୍ଟମର୍ଟମ ହୋଇପାରିନି। ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଅଯୋଧ୍ୟା ଫାଣ୍ଡିକୁ ଆସି ଘେରାଉ କରିବା ସହ ଜିଲ୍ଲା ପ୍ରଶାସନ ଓ ଏସପି ନଆସିଲେ ଫାଣ୍ଡି ଘେରାଉ କରିବେ ବୋଲି କହିଥିଲେ। ପରେ କିଛି ଉତ୍ୟେକ୍ତ ଲୋକେ ପୋଲିସକୁ ଢେଲାପଥର ମାରିବାରୁ ତ୍ରିଲୋଚନ ଜେନା ନାମକ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି।

Leave a Reply

Your email address will not be published. Required fields are marked *