ଅନୁଷ୍କା ଶର୍ମା ଗର୍ଭବତୀ ! ଫଟୋ ଭାଇରାଲ …

ମୁମ୍ୱାଇ :-ବିରାଟ କୋହଲି ଓ ଅନୁଷ୍କା ଶର୍ମା ଉଭୟ ଭାରତର ଖୁବ୍‌ ଚର୍ଚ୍ଚିତ ଦମ୍ପତି। ଏହି ଯୋଡ଼ି କେବେ ନିଜର ରିଲେସନସିପ୍‌ ଗୋଲ୍‌ରେ ଅସଫଳ ହୋଇନାହାନ୍ତି ।   ଉଭୟ  ବିରାଟ ଓ ଅନୁଷ୍କା  ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ  ବହୁତ ସକ୍ରିୟ ଥିବାର ନଜର ଆସୁଛନ୍ତି ।

ଏହି  ଖୁସି ମିଜାଜ୍‌ର ଦମ୍ପତି ନିଜର ପ୍ରଶଂସକମାନଙ୍କୁ  ସେମାନଙ୍କର କ୍ୱାରାଣ୍ଟାଇନ୍‌ ବିଷୟରେ ଅପଡେଟ୍‌ ଦେଉଛନ୍ତି । ସୋସିଆଲ ମିଡ଼ିଆରେ କିଛି ଉତ୍ସାହପୂର୍ଣ୍ଣ ଭିଡ଼ିଓ ସହ କିଛି ଆଶ୍ଚର୍ଯ୍ୟକର ଫଟୋ ସେୟାର କରି , ବିରୁଷ୍କା ଏଣ୍ଟରଟେନ୍‌ କରିଥାନ୍ତି । ଏବେ ଏମିତି ଏକ ଫଟୋ ଯାହାକି ବହୁତ ଭାଇରାଲ ହୋଇଛି । ଏହି ଫଟୋରେ  ଅଭିନେତ୍ରୀ ଅନୁଷ୍କାଙ୍କର ଗର୍ଭବତୀ ଥିବାର ଶରୀରରେ ଏକ ବେବି ବମ୍ପ ଭଳି ଦେଖାଯାଉଛି । ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ  ବାର୍ତ୍ତାଳାପ ଚାଲିଛି ।

ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ୨୦୧୭ ମସିହା ଡିସେମ୍ୱରରେ  ବଲିଉଡ୍‌ ଅଭିନେତ୍ରୀ  ଅନୁଷ୍କା  ଶର୍ମାଙ୍କୁ ବିବାହ କରିଥିଲେ । ଏଣୁ ବିବାହକୁ ୩ ବର୍ଷ ବିତିଯିବାକୁ ନେଇ ବିରୁଷ୍କାଙ୍କ ପ୍ରଶଂସକ ମାନେ ଲଗାତାର ଏହି ପ୍ରଶ୍ନ ପଚାରୁଛନ୍ତି , କେବେ ଉଭୟ ବେବି ଆଣିବ । ଏହାସହ ନିକଟରେ ଏହି ଭାଇରାଲ ଫଟୋକୁ ନେଇ  ଯେଉଁଥିରେ ବିରାଟ- ଅନୁଷ୍କା  ଉଭୟ ବେବି ବମ୍ପକୁ ଧରି ଫଟୋ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି ।ଫଟୋଟିର ସତ ବିଷୟରେ ରିସର୍ଚ୍ଚ ପରେ ଜଣାପଡ଼ିଥିଲା କି ବାସ୍ତବରେ ଏହି ଭାଇରାଲ ଫଟୋଟି  ବିରୁଷ୍କାଙ୍କର ନୁହେଁ । ଏହା ବଲିଉଡ୍‌ ଷ୍ଟାର ଜେନେଲିଆ ଡିସୁଜା ଓ ରିତେଶ ଦେଶମୁଖଙ୍କର ଓରଜିନାଲ ଫଟୋ । ସେମାନେ ଫଟୋ ସୁଟ୍‌ ବେଳେ ଏମିତି ପୋଜ୍‌ କରିଥିଲେ ।

Leave a Reply

Your email address will not be published. Required fields are marked *