ରାଜ୍ୟରେ ଆଉ ୧୬୭ କରୋନା ପଜିଟିଭ୍‌ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି

ଭୁବନେଶ୍ବର :-ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ଏହି ଭୟଙ୍କର ଭୂତାଣୁ ।ରାଜ୍ୟରେ ଆଜି ସର୍ବାଧିକ ୧୮ଟି ଜିଲ୍ଲାରୁ ୧୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୦ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୭ ରୋଗୀ ସ୍ଥାନୀୟ ସଂକ୍ରମିତ । ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୦୩ କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୧୬୭ ସଂକ୍ରମିତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୩୦ଜଣ, ଜଗତସିଂହପୁର ଜିଲ୍ଲାରେ ୧୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୪ଜଣ, ବାଲେଶ୍ବର ଜିଲ୍ଲାରୁ ୧୩ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ୭ଜଣ, ରାୟଗଡ଼ା, ଓ ଯାଜପୁର ଜିଲ୍ଲାରୁ ୫ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ, କଟକ ଓ ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୨ଜଣ, ବରଗଡ଼, ପୁରୀ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରୁ ଜଣେ ଲୋଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସୂଚନା ମୁତାବିକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l

Leave a Reply

Your email address will not be published. Required fields are marked *