LACରେ ନିୟମ ବଦଳାଇଲା ଭାରତ, ଅସାଧାରଣ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ଉପଯୋଗ କରିପାରିବେ ସେନା

ନୂଆଦିଲ୍ଲୀ:-ସୀମାରେ  ଚୀନ୍‌ ସହ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ନୀତି ପରିବର୍ତ୍ତନ କରିଛି। ଏବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଳଏସି)କୁ ଭାରତୀୟ ସେନା ଆଉ ବିନା ଅସ୍ତ୍ରରେ ନ ଯିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ଫିଲ୍ଟ କମାଣ୍ଡରମାନଙ୍କୁ ଅସାଧାରଣ ପରିସ୍ଥିତିରେ ଜବାନମାନଙ୍କୁ ଅସ୍ତ୍ର ଉପଯୋଗ ଲାଗି ନିର୍ଦ୍ଦେଶ ଦେବାକୁ ସେନା ଆଦେଶ ଦେଇଛି।

ମିଳିଥିବା ସୂଚନା ଅନୁସାରେ ଉବୟ ଦେଶଙ୍କ ମଧ୍ୟରେ ହୋଇଥିବା ରାଜିନାମାକୁ ଭାରତ ପରିବର୍ତ୍ତନ କରିଛି। ତେବେ ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ଥଳ ବିଶେଷରେ ସେନା ନିଜ ସୁରକ୍ଷା ଲାଗି ଯେ କୌଣସି ପଦକ୍ଷେପ ନେଇ ପାରିବ ବୋଲି କହିଥିଲେ। ଏଣୁ ଆଗାମୀ କୋର କମାଣ୍ଡର ସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି।

ଭାରତ ଓ ଚୀନ ୧୯୯୬ ଓ ୨୦୦୫ରେ କରିଥିବା ସୀମା ରାଜିନାମାରେ ଉଭୟ ପକ୍ଷ କେହି କାହା ଉପରେ ସଶସ୍ତ୍ତ ଆକ୍ରମଣ ନ କରିବାକୁ ରାଜିନାମା କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚୀନ ପୋଷ୍ଟ ନିକଟକୁ କିପରି ଭାରତୀୟ ସେନା  ନିରସ୍ତ୍ର ଯାଇଥିଲା ବୋଲି ପ୍ରଶ୍ନ କରିଥିଲେ। ତେବେ ସେଦିନ ବି ସେନା ପାଖରେ ହତିୟାର ଥିଲା ହେଲେ ଦ୍ୱିପାଖିକ  ବୁଝାମଣା ଜବାନଙ୍କ ହାତ ବାନ୍ଧି ରଖିଥିଲା ବୋଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ।

Leave a Reply

Your email address will not be published. Required fields are marked *