ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ

ବଡ଼ବିଲ : ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି।   ଚମ୍ପୁଆ ଥାନା କରଞ୍ଜିଆର ପ୍ରମେୟ ସାମ୍ବାଦିକ ବିଦୁଭୂଷଣ ପତିଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ଆକ୍ରମଣ ସୂଚନା ମିଳିଛି ।

। ଉର୍ତ୍ତୀ ଛକରୁ ସ୍କୁଟିରେ ସରେଇ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ, ୨ ମୁଖାପିନ୍ଧା ବାଇକ୍ ଆରୋହୀ ଅଟକାଇ ବନ୍ଧୁକରେ ଆକ୍ରମଣ  କରିଥିବା ଅଭିଯୋଗ ହୋଇଛି । ଗୁରୁତର ବିଦୁଭୂଷଣ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ  ରହିଛି ।

ପୁଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ନିଜର ପରିଚୟ ଲୁଚାଇବା ପାଇଁ ମୁଖା ପିନ୍ଧି ଏହି ଦୁର୍ବୃତ୍ତମାନେ ଆସିଥିଲେ । ତେବେ ଏମାନଙ୍କୁ ଖୁବ୍‌ ଶୀଘ୍ର ଠାବ କରାଯିବ ବୋଲି ପୁଲିସ ସୂଚନା  ଦେଇଛି । କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାକୁ ବିଭିନ୍ନା ମହଲରେ  ନିନ୍ଦା କରାଯାଇଛି ।

Leave a Reply

Your email address will not be published. Required fields are marked *