ଭୁବନେଶ୍ବରରୁ ଆଉ ୧୯ ଜଣ କରୋନା ପଜିଟିଭ ଚିହ୍ନଟ,
ଭୁବନେଶ୍ବର :-ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଆଜି ଏକା ସାଙ୍ଗରେ ୧୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ଟ୍ରାଭେଭ ହିଷ୍ଟ୍ରି ନାହିଁ। ୪ଜଣ ହୋମ୍ କ୍ବାରେଣ୍ଟାଇନ୍ରେ ଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଜଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୧୮୪ ଛୁଇଁଥିବା ବେଳେ ୮୬ ଜଣ ସୁସ୍ଥ ହୋଇଛନ୍ତି। ୩ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୯୪ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
ଆଜି ରାଜଧାନୀରୁ ଚିହ୍ନଟ ହୋଇଥିବା ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରେଲଓ୍ବେ ୪ଜଣ କର୍ମଚାରୀ ଥିବା ବେଳେ ୯ଜଣ ଡାକ୍ତରଖାନା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ଡୁମୁଡୁମା ସୁବାସ ନଗର ବସ୍ତି ଅଞ୍ଚଳରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ୯ବର୍ଷ ନାବାଳକ ଜଣକ କରୋନା ସଂକ୍ରମିତ ହୋଇଛନ୍ତି।










