ଭୋଟ୍ ଦେବା ପରେ ଆସିଲା ପଜିଟିଭ୍ ରିପୋର୍ଟ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ,
ଭୋପାଳ:- ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଜଣେ କଂଗ୍ରେସ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଗୃହରେ ଭୟର ବାତାବରଣ ଖେଳିଯାଇଥିଲା । ଏବେ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିବା ଶାସକ ବିଜେପିର ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି ।
ମଧ୍ୟପ୍ରଦେଶର ଯାବଦ ବିଧାନସଭାରୁ ବିଜେପି ବିଧାୟକ ଓମପ୍ରକାଶ ସକଲେଚାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର ତାଙ୍କ ପତ୍ନୀଙ୍କୁ ଜ୍ୱର ଆସିଥିଲା । ଏହାପରେ ସେ ଓ ପତ୍ନୀ ଟେଷ୍ଟ୍ ପାଇଁ ଭୋପାଳର ଏକ ଘରୋଇ ଲ୍ୟାବକୁ ଯାଇଥିଲେ । ରାତି ପ୍ରାୟ ୧୦ଟା ୩୦ରେ ରିପୋର୍ଟ ଅସିଥିଲା । ସେ ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । ରାଜ୍ୟସଭା ନିର୍ବାଚଳ ବେଳେ ଏହି କରୋନା ପଜିଟିଭ୍ ବିଧାୟକଙ୍କ ସହ ଅନ୍ୟ ବିଧାୟକ ଓ ବିଧାନସଭା କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ ଆସିବା ପରେ ଅନ୍ୟ ବିଧାୟକଙ୍କ ଚିନ୍ତା ବଢିଯାଇଛି ।










