ରାଜ୍ୟରେ ସୁସ୍ଥ ହେଲେ ୨୩୭ କରୋନା ରୋଗୀ

ଭୁବନେଶ୍ଵର:-ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୨୩୭ କରୋନା ଆକ୍ରାନ୍ତ । ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କଠାରୁ ଟପିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଆଜି ସକାଳେ ୧୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ଏକାବେଳେ ୨୩୭ ଜଣ ଆକ୍ରାନ୍ତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜିର ସୁସ୍ଥ ସଂଖ୍ୟା ରେକର୍ଡ ସ୍ତରରେ ରହିଛି ।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୭୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଖୋର୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଂଜାମରୁ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଏବଂ ମୟୁରଭଂଜରୁ ୯ ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୮ ଏବଂ ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ କରୋନା ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି । ସେହିପରି କେନ୍ଦ୍ରାପଡା ଏବଂ ନୟାଗଡରୁ ୪ ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି, ମାଲକାନଗିରି ଏବଂ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଝାରସୁଗୁଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *