ଜାଲରେ ପଡିଲା ବିରାଟକାୟ ମାଛ: ଓଜନ ୪୦ରୁ ଅଧିକ

ବୈାଦ୍ଧ:–ବୈାଦ୍ଧ ଜିଲ୍ଲା ଦେଇ ଚିରସ୍ରୋତା ମହାନଦୀ ବୋହି ଯାଇଥିବାବେଳେ ଆଜି ଏହି ମହାନଦୀରୁ ଏକ ୪ଫୁଟ ଲମ୍ବାର ୪୦କିଲୋ ଓଜନର ବିରାଟକାୟ ମାଛ ଜାଲରେ ଧରାପଡିଛି। ଏହାର ଆନୁମାଲିକ ମୂଲ୍ୟ ୧୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ସୂଚନା ମୁତାବିକ, ଆଜି ମହାନଦୀରୁ ମତ୍ସ୍ୟଜୀବିମାନେ ମାଛ ଧରିବା ବେଳେ ଜାଲ ଏହି ବିରାଟକାୟ ମାଛ ଧରାପଡିଥିଲା ଏହା ଓଜନ ପ୍ରାୟ ୪୦ରୁ ହେବ ବୋଲି ଜଣାପଡିଛି। ଉକ୍ତ ମାଛକୁ ବୈାଦ୍ଧ ବଜାରକୁ ବିକ୍ରି କରିବା ପାଇଁ ଏକ ବାଇକରେ ଅଣାଯାଉଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ବର୍ଷାଋତୁରେ ଏହି ମାଛମାନେ ମହାନଦୀରେ ଅଧିକ ଦେଖାଦେଇଥାନ୍ତି । ମାଛରେ ଅଧିକ କାତି ନଥିବାରୁ ଏହାର ଚାହିଦା ମଧ୍ୟ ବଜାରରେ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *