ସୁଶାନ୍ତଙ୍କ ଆତ୍ମହତ୍ୟାର ଅସଲ କଥା – ୯ଘଣ୍ଟାର ଜେରା ପରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ କଲେ ଖୁଲାସା

ମୁମ୍ୱାଇ :-ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟାକୁ ନେଇ ପୁରା ବଲିଉଡ୍‌ ଦୋହଲି ଯାଇଛି । ତାଙ୍କର ମତ୍ୟୁରେ ସାଧାରଣ ଲୋକଙ୍କ ଠାରୁ ସେଲେବ୍ରିଟି ସମସ୍ତେ ଦୁଃଖରେ ।  ମୁମ୍ୱାଇ ପୁଲିସ ସୁଶାନ୍ତଙ୍କ  ଆତ୍ମହତ୍ୟାର ରହସ୍ୟକୁ ବାହାର କରିବାରେ ଲାଗିପଡ଼ିଛି । ବାନ୍ଦ୍ରା ପୁଲିସ୍ ଗୁରୁବାର ଦିନ ସୁଶାନ୍ତଙ୍କର ଅତି ଘନିଷ୍ଟ ବନ୍ଧୁ  ତଥା ଅଭିନେତ୍ରୀ  ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିଲା । ଜେରାରେ ରିୟା ସୁଶାନ୍ତଙ୍କ ଆତ୍ମହତ୍ୟା ସମ୍ୱନ୍ଧରେ ଅନେକ ରହସ୍ୟର ଖୁଲାସା କରିଛନ୍ତି ।

ମିଡ଼ିଆ ରିପୋର୍ଟ ମୁତାବକ , ସୁଶାନ୍ତ ମୃତ୍ୟୁ ପୂର୍ବରୁ ରିୟାଙ୍କୁ କଲ୍‌ କରିଥିଲେ ଏବଂ ରିୟା-ସୁଶାନ୍ତ ପରସ୍ପରକୁ ଡେଟ୍‌ ମଧ୍ୟ କରୁଥିଲେ।  ଏଥିପାଇଁ  ପୁଲିସ୍ ରିୟାଙ୍କୁ ଜେରା କରିଥିଲା । ରିୟା ସକାଳ ୧୧ ଟାରେ ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ  ଏବଂ ପାଖାପାଖି  ୯ରୁ ୧୦ଘଣ୍ଟା ପରେ ବାହାରକୁ ବାହାରି ଥିଲେ । ଯାହାକି ପୁଲିସ୍‌ ପାଇଁ ଥିଲା ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ।

ସୁଶାନ୍ତଙ୍କ ସହ ହୋଇଥିଲା ରୀୟାଙ୍କର ଝଗଡ଼ା –

ସୂଚନା ମୁତାବକ , ପୁଲିସ୍‌ ଇଣ୍ଟୋରେଗେଶନ ବେଳେ  ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତଙ୍କ ସହ ତାଙ୍କର ବ୍ୟକ୍ତିଗତ ସଂପର୍କ , ବିବାହ  କଥା ଠାରୁ ନେଇ ସୁଶାନ୍ତଙ୍କର ତାଙ୍କ ବନ୍ଧୁଙ୍କ ସହ କିପରି ବଣ୍ଡିଂ , ଡିପ୍ରେସନ ଓ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ସୁଶାନ୍ତଙ୍କର ସଂପର୍କକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ ।  ପିଙ୍କଭିଲାର ରିପୋର୍ଟରେ ରିୟାଙ୍କ ବୟାନର ଖୁଲାସା କରି ଦର୍ଶାଯାଇଛି ଯେ ,  ସେ ଓ ସୁଶାନ୍ତ କାର୍ଟର ରୋଡ, ଖାର ସ୍ଥିତ ଏକ ପେଣ୍ଟ ହାଉସ୍‌ରେ ଏକାଠି ରହୁଥିଲେ ।  ଏହାକୁ ସୁଶାନ୍ତ ନିଜର ବନ୍ଧୁ  ସିଦ୍ଧାର୍ଥ ପିଟାନୀଙ୍କ ସହ ମିଶି ଭଡ଼ାରେ ନେଇଥିଲେ । ହେଲେ ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ରିୟା ଏହି ଘର ଛାଡ଼ି ଦେଇଥିଲେ । ରିପୋର୍ଟ ଅନୁସାରେ , ରିୟା ଏହା ବି ମାନିଛନ୍ତି ଯେ, ସେ ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଉଭୟଙ୍କ ଭିତରେ ଝଗଡ଼ା  ହୋଇଥିଲା , କିନ୍ତୁ ପରେ  ଉଭୟଙ୍କ ଭିତରେ ଫୋନ୍‌ ଓ ମେସେଜ୍‌ରେ କଥାବାର୍ତ୍ତା ଚାଲିଥିଲା । ରିୟା ପୁଲିସ୍‌କୁ ମଧ୍ୟ ଝଗଡ଼ା ପରେ ପରସ୍ପର ଭିତରେ ହୋଇଥିବା ସେମେଜ୍‌ ଦେଖାଇଥିଲେ ଏବଂ ଏହା ବି କହିଥିଲେ ଝଗଡ଼ା ପରେ ଫୋନ୍‌ କଲ୍‌ରେ ମଧ୍ୟ ଉଭୟ କଥା ହେଉଥିଲେ ।

ସେପ୍ଟେମ୍ୱର ୨୦୧୯ରୁ ଡିପ୍ରେସନରେ ରହୁଥିଲେ –

ରିୟା  ଚକ୍ରବର୍ତ୍ତୀ ପୁଲିସ୍‌କୁ ବୟାନ ଦେଇଛନ୍ତି ଯେ, ଉଭୟ ଶୀଘ୍ର ଏକ ଘର ନେଇଥାନ୍ତେ ଏବଂ ୨୦୨୦ ମସିହାର ଶେଷ ଆଡ଼କୁ ଉଭୟ ବିବାହ କରିଥାନ୍ତେ । ରିୟା ପୁଲିସକୁ କହିଥିଲେ କି ୨୦୧୯ରେ ଦିଲ୍‌ ବିଚାରା ଫିଲ୍ମ ପୁରା କରିବା ପରେ ସୁଶାନ୍ତଙ୍କୁ ଡିପ୍ରେସନ ହେବାର ସଙ୍କେତ ମିଳି ଯାଇଥିଲା। ଆରମ୍ଭରେ  ସୁଶାନ୍ତ ଏହାକୁ ଏଡ଼େଇବା ଆରମ୍ଭ କରିଥିଲେ । କିନ୍ତୁ  ଧିରେ ଧିରେ  ସମସ୍ୟା ବଢ଼ିବାକୁ ଲାଗିଥିଲା ।

ରିୟାଙ୍କ ମୁତାବିକ୍ ,  ସୁଶାନ୍ତ ଔଷଧ ଠିକ୍‌ରେ ଖାଇନଥିଲେ ।  କେବେକେବେ ସୁଶାନ୍ତ ପୁରା ଚୁପ୍‌ ରହୁଥିଲେ । ରିୟା କହିଥିଲେ ଯେତେଦିନ ସେ ସୁଶାନ୍ତଙ୍କ ପାଖରେ ଥିଲେ  ସେତେଦିନ ସେ ତାଙ୍କର ଭଲରେ ଦେଖାଶୁଣା କରୁଥିଲେ । କିନ୍ତୁ ଦିନେ ସୁଶାନ୍ତ ଏକଲା ରହିବା କଥା କହିଲେ ଏବଂ ମୋତେ ଘରକୁ ପଠାଇଦେଲେ ।

ୟଶରାଜ ଫିଲ୍ମ ଛାଡ଼ିବାକୁ ସୁଶାନ୍ତ ରିୟାଙ୍କୁ କହିଥିଲେ –

ରିୟା ପୁଲିସ୍‌କୁ ଜେରା ବେଳେ କହିଛନ୍ତି , ସୁଶାନ୍ତ ପାଖପାଖି  ଏକ ବର୍ଷ ପୂର୍ବେ  ଯେବେ ସେ ରିଲେସନସିପ୍‌ରେ ନଥିଲେ , ସେ ୟଶରାଜ ଫିଲ୍ମ ଛାଡ଼ିବାକୁ କହିଥିଲେ । ଏ ବିଷୟରେ ମୁଁ ଯେତେବେଳେ ସୁଶାନ୍ତଙ୍କୁ ପଚାରିଥିଲି  ଏମିତି କାହିଁକି କରୁଛ। ସୁଶାନ୍ତ  ଅଧିକା କିଛି କହି ୟଶରାଜ ଛାଡ଼ିବାକୁ  ପ୍ରେସର ଦେଇଥିଲେ । କିନ୍ତୁ  ରିୟା ଏମିତି କରିନଥିଲେ, କାରଣ ତାଙ୍କୁ ଏମିତି କିଛି ଅନୁଭବ ହୋଇନଥିଲା ।

ରୁମି ଜାଫରୀଙ୍କର ଫିଲ୍ମ କରିବାକୁ ଇଚ୍ଛୁକ ଥିଲେ ସୁଶାନ୍ତ-

ରିୟା କହିଛନ୍ତି , ଉଭୟ ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ଗୋଟିଏ ଫିଲ୍ମ କରିବାର ଥିଲା , ଯାହାକୁ ବାସୁ ଭଗନାନୀ ପ୍ରଡ୍ୟୁସ୍‌ କରିଥାନ୍ତେ । ଫିଲ୍ମ  ଫେବ୍ରୁୟାରୀରେ ଫ୍ଲୋରକୁ ଆସିଥାନ୍ତା । ମେ ମାସରୁ ସୁଟିଂ ଆରମ୍ଭ ହୋଇଥାନ୍ତା , କିନ୍ତୁ ଲକ୍‌ ଡାଉନ୍‌ କାରଣରୁ ଏହା ହୋଇପାରିନଥାନ୍ତି । ସୁଶାନ୍ତ ନିଜର ଭବିଷ୍ୟତ ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଥିଲେ । ଏହା ଉପରେ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *