ରସୁଲଗଡରୁ ୪ କିଲୋ ୪୮୬ ଗ୍ରାମ ବ୍ରାଉନସୁଗାର ଜବତ, ୩ ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର:-ଏସ୍‌ଟିଏଫ୍‌ ଟିମ୍‌କୁ ବଡ଼ ସଫଳତା ମିଳିଛି। ୨୦୧୬ରୁ ୨୦୧୯ ଯାଏଁ ଓଡିଶା ପୋଲିସ୍‌ ଯେତେ ବ୍ରାଉନ ସୁଗାର ସିଜ୍‌  କରିଥିଲେ ଏସ୍‌ଟିଏଫ୍‌ ଟିମ୍‌ ୬ ମାସରେ ସେତିକି ବ୍ରାଉନ ସୁଗର ସିଜ୍ କରିଛି। ରସୁଲଗଡରୁ ୪ କିଲୋ ୪୮୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ପୂର୍ବରୁ ଏକାଥରକେ ଏତେ ବ୍ରାଉନସୁଗର ଜବତ ହୋଇନଥିଲା। ଏ ବର୍ଷ ଏସ୍‌ଟିଏଫ୍‌ ଟିମ୍‌ ୧୨ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ପୋଲିସ୍‌ ଡିଜି ଏ ସଂପର୍କରେ  ସୂଚନା ଦେଇଛନ୍ତି। ଏହି ବ୍ରାଉନ ସୁଗାର ଜବତ ଘଟଣାରେ ପୋଲିସ୍‌୩ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ ଗିରଫ କଲା କ୍ରାଇମବ୍ରାଞ୍ଚ।

Leave a Reply

Your email address will not be published. Required fields are marked *