ଖୋଲିବ କି ଆତ୍ମହତ୍ୟା ଗୁମର ? ପୋଲିସ ହାତରେ ସୁଶାନ୍ତ ସିଂହ ରାଜପୁତଙ୍କ ୫ଟି ଡାଏରୀ

ମୁମ୍ବାଇ :-ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟା ପଛରେ କାରଣ କଣ ତାକୁ ନେଇ ସୋସିଆଲ ମିଡ଼ିଆରେ ବିବାଦ ଆରମ୍ଭ ହୋଇଛି | କିଏ ନେପିଟିଜିମକୁ ଏହାର କାରଣ ଦର୍ଶାଉଛି ତ ପୁଣି କିଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନାନା ସନ୍ଦେହ କରୁଛି | ଇତି ମଧ୍ୟରେ ମୁମ୍ବାଇ ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି | ପୋଲିସ ହାତରେ ସୁଶାନ୍ତ ସିଂହଙ୍କ ଡାଏରୀ ପଡିଛି |

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାରେ ପୋଲିସକୁ କୌଣସି ସୂଇସାଇଡ ନୋଟ ମିଳିନାହିଁ | କିନ୍ତୁ ଖବର ଆସିଛି ଯେ ସୁଶାନ୍ତ ସିଂହଙ୍କ ଘରୁ ପୋଲିସକୁ ଏକ ମହତ୍ଵପୁର୍ଣ ପ୍ରମାଣ ମିଳିଛି | ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ ପୋଲିସକୁ ସୁଶାନ୍ତ ସିଂହଙ୍କ ଘରୁ ୫ଟି ପର୍ଶନାଲ ଡାଏରୀ ମିଳିଛି | ଏହି ଡାଏରୀ ସୁଶାନ୍ତ ଲେଖିଥିବା କଥାଗୁଡିକର ଯାଞ୍ଚ ପରେ ଆତ୍ମହତ୍ୟା ପଚାର କାରଣ ଜାଣିବାକୁ ଚେଷ୍ଟା କରାଯିବ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହ ବହିଗୁଡିକରୁ ପଢିଥିବା ମହତ୍ଵପୁର୍ଣ କୋଟ ସେ ଡାଏରୀରେ ଲେଖୁଥିଲେ | ସୁଶାନ୍ତଙ୍କ ଡାଏରୀ ସମ୍ବନ୍ଧରେ ତାଙ୍କ ନିକଟତର ଲୋକଙ୍କୁ ପଚରାଉଚୁରା କରାଯିବ ବୋଲି ଆଶଙ୍କା କରାଯାଉଛି |

ସୁଶାନ୍ତ ସିଂହ ମାମଲାରେ ତାଙ୍କ କଥିତ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀକୁ ପୋଲିସ ପଚରାଉଚୁରା କରିଛି | ଆଗକୁ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ ଡକାଯିବ | ଏହି ମାମଲାରେ ସୁଶାନ୍ତଙ୍କ କାଷ୍ଟିଙ୍ଗ ନିର୍ଦେଶକ ମୁକେଶ ଛାଵଡା ମଧ୍ୟ ପୋଲିସକୁ ସାହାଯ୍ୟ କରୁଛନ୍ତି | ତେବେ ସୁଶାନ୍ତ ସିଂହ ନିଜ କାମ ଟେନସନରେ ଏହିଭଳି ପଦକ୍ଷେପ ଉଠାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି |

ସୁଶାନ୍ତ ସିଂହଙ୍କ ନିଧନ ପରେ ଇଣ୍ଡଷ୍ଟ୍ରିରେ ଏବେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି | ଅନେକ ବଡ ବଡ ସେଲିବ୍ରିଟି ସୁଶାନ୍ତଙ୍କୁ ଫିଲ୍ମରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖ ଟ୍ୱିଟର ଜରିଆରେ ଲୋକଙ୍କୁ କହିଛନ୍ତି ଯେ ବଲିଉଡରେ ସୁଶାନ୍ତଙ୍କ ଶତ୍ରୁତା ଏଙ୍ଗଲରୁ ମଧ୍ୟ ପୋଲିସ ଯାଞ୍ଚ କରିବ |

Leave a Reply

Your email address will not be published. Required fields are marked *